ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ପୁଷ୍ପା-୨’ ପ୍ରିମିୟର ବେଳେ ଦଳାଚକଟା, ମହିଳାଙ୍କ ମୃତ୍ୟୁ ପରେ ଅଡ଼ୁଆରେ ଅଭିନେତା ଅଲ୍ଲୁ ଅର୍ଜୁନ

Published By : Tapas Panda | December 5, 2024 9:04 PM

ହାଇଦ୍ରାବାଦ: ବୁଧବାର  ହାଇଦ୍ରାବାଦର ଏକ ସିନେମା ହଲ୍‌ ସାମ୍ନାରେ ହୋଇଥିବା ଦଳାଚକଟା ଏବଂ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ସାଉଥ୍‌ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ ବଢ଼ିଛି । ଆଜି ରିଲିଜ୍‌ ହୋଇଥିବା  ହାଇ ଭୋଲଟେଜ୍‌ ଫିଲ୍ମ ‘ପୁଷ୍ପା-୨’ର ପ୍ରିମିୟର ବେଳେ ଏହି ଦଳଚକଟା ହୋଇଥିଲା । ପ୍ରିମିୟରରେ ଅଲ୍ଲୁ ଅର୍ଜୁନ୍‌ ସାମିଲ ହେବେ ବୋଲି ପୋଲିସ ପାଖରେ କୌଣସି ସୂଚନା ନଥିଲା । ହେଲେ ପ୍ରିମିୟରରେ ଅଲ୍ଲୁ ଅର୍ଜୁନ ହଠାତ ଆସିଯିବାରୁ ଭିଡ଼ ବଢ଼ିଥିଲା ଏବଂ ଦଳଚକଟା ହୋଇଥିଲା । ଏଥିପାଇଁ ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ହାଇଦ୍ରାବାଦ ପୋଲିସ ପକ୍ଷରୁ ସୂଚନା ମିଳିଛି । 

 ଏନେଇ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ହାଇଦ୍ରାବାଦ ପୋଲିସ କମିଶନର ସିଭି ଆନନ୍ଦ କହିଛନ୍ତି, ପ୍ରିମିୟରରେ ଅଲ୍ଲୁ ଅର୍ଜୁନ ଯୋଗ ଦେବେ ବୋଲି ସିନେମା ହଲ୍‌ କର୍ତ୍ତୃପକ୍ଷ କିମ୍ବା ଅଭିନେତାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇ ନଥିଲା । ଏପରିକି ସିନେମା ହଲ୍‌ ଭିତରକୁ ପଶିବା କିମ୍ବା ବାହାରିବା ଲାଗି କୌଣସି ସୁତନ୍ତ୍ର ବ୍ୟବସ୍ଥା ହୋଇନଥିଲା । ହଠାତ ଅଭିନେତା ହଲ୍‌ରେ ପହଞ୍ଚିବା ପରେ ଦଳଚକଟା ପରିସ୍ଥିତି  ସୃଷ୍ଟି ହୋଇଥିଲା । ଏଥିରେ ଜଣେ ୩୫ ବର୍ଷୀୟା ମହିଳା ଅଣ ନିଃଶ୍ବାସୀ ହୋଇ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି ।’

 ପୋଲିସର ସୂଚନା ଅନୁସାରେ, ଅଲ୍ଲୁ ଅର୍ଜୁନ ହଲରେ ରାତି ପ୍ରାୟ ୯.୩୦ରେ ପହଞ୍ଚିଥିଲେ । ଏହି ସମୟରେ ଶତାଧିକ ଫ୍ୟାନ ତାଙ୍କର ଟିକେ ଝଲକ ପାଇବାକୁ ହଲ୍‌ ଭିତରକୁ ଧସେଇ ପଶିଥିଲେ । ଏହା ପରେ ଅଭିନେତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଲୋକମାନଙ୍କୁ ପଛକୁ ଠେଲିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା । ଅଭିନେତା ଏବଂ ତାଙ୍କ ସୁରକ୍ଷା କର୍ମୀ ହଲ୍‌ର ତଳ ବାଲକୋନିକୁ ପଶିଥିଲେ । ସେଠାରେ ଥିବା ରେବତୀ ନାମକ ମହିଳା ଏବଂ ତାଙ୍କ ପୁଅ ତେଜା ଭୀଷଣ ଭିଡ଼ ଭିତରେ ଅଣ ନିଃଶ୍ବାସୀ ଅନୁଭବ କରିଥିଲେ । ପୋଲିସ ସେମାନଙ୍କୁ ବାହାରକୁ ଆଣି ସିପିଆର ଦେଇଥିଲା ଏବଂ ହସ୍ପିଟାଲ ନେଇଥିଲା । କିନ୍ତୁ ରେବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ପୁଅ ଗୁରୁତର ଥିବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି ବୋଲି ପୋଲିସ କହିଛି । 

ସେପଟେ ମୃତ ମହିଳାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଭାରତୀୟ ନ୍ୟାୟ ସଂହିତା ଆଧାରରେ ବିଭିନ୍ନ ମାମଲା ରୁଜୁ ହୋଇଛି । ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି । ଏସବୁ ଭତରେ ପ୍ରଯୋଜନା ସଂସ୍ଥା ମୃତ ରେବତୀଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.