ନୂଆଦିଲ୍ଲୀ,୧୫/୧୦: ଆଜି ଖୋଲିବ କୋରିଆ ଭିତ୍ତିକ କାର ନିର୍ମାଣକାରୀ କମ୍ପାନି  ହ୍ୟୁଣ୍ଡାଇ ଆଇପିଓ  । ଏହି ଆଇପିଓ ଜରିଆରେ  କମ୍ପାନି ପୁଞ୍ଜି ବଜାରରୁ ୨୭,୮୫୬ କୋଟି  ଟଙ୍କା ଉଠାଇବା ଯୋଜନା ରଖିଛି । ଏହା  ଦେଶର ସବୁଠାରୁ ବଡ ଆଇପିଓ ହେବ ।  ଏହା ପୂର୍ବରୁ ଦେଶର ସବୁଠାରୁ ବଡ  ଆଇପିଓ ରେକର୍ଡ ଭାରତୀୟ ଜୀବନ  ବୀମା ନିଗମ (ଏଲ୍‌ଆଇସି) ନାମରେ  ଥିଲା । ଏଲ୍‌ଆଇସି ୨୦,୫୫୭ କୋଟି  ଟଙ୍କା ବଜାରରୁ ଉଠାଇଥିଲା । 

ଇଟିର ଏକ  ରିପୋର୍ଟ ମୁତାବକ, ୧୨ ବ୍ରୋକରେଜ  ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଆଇପିଓକୁ  ସବ୍‌ସ୍କ୍ରାଇବ ରେଟିଂ ପ୍ରଦାନ କରିଛନ୍ତି ।  ୧୭ ଅକ୍ଟୋବର ଯାଏ ଏଥିଲାଗି  ବିଡିଂ କରିପାରିବେ ନିବେଶକ । ୨୨  ଅକ୍ଟୋବରରେ ଏହି କମ୍ପାନିର ଶେୟାର  ବମ୍ବେ ଷ୍ଟକ ବଜାର ଏବଂ ନ୍ୟାଶନାଲ ଷ୍ଟକ  ଏକ୍ସଚେଞ୍ଜରେ ଲିଷ୍ଟିଂ ହେବ । କମ୍ପାନିର  ବର୍ତ୍ତମାନର ନିବେଶକ ଅଫର ଫର୍‌  ସେଲ୍‌ ବା ଓଏଫ୍‌ଏସ୍‌ ଜରିଆରେ ନିବେଶ କରିବାର ସୁଯୋଗ ପାଇବେ । ସର୍ବନିମ୍ନ  ନିବେଶ ୧୩,୭୨୦ ଟଙ୍କା ରହିଛି ।