ନୂଆଦିଲ୍ଲୀ : ଡିକେ ଶିବକୁମାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସିଦ୍ଦରମୈୟାଙ୍କ ଇସ୍ତଫା ପରେ, ଶିବକୁମାର ୩ ଜୁନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବ ପୂର୍ବରୁ, ସାତ ବର୍ଷ ତଳର ଏକ ପୁରୁଣା ଘଟଣା ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ୨୦୧୯ ମସିହାରେ, ଡିକେ ଶିବକୁମାର ପ୍ରତିଜ୍ଞା ନେଇଥିଲେ ଯେ, ଯେପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ସେ ଦାଢ଼ି ଲୁକରେ ଦେଖା ଯିବେ ଏବଂ କ୍ଲିନ୍ ସେଭ୍ କରିବେ ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ,ଶିବକୁମାର କଣ ଜୁନ୍ ୩ କିମ୍ୱା ତା'ପରେ କ୍ଲିନ୍ ସେଭ୍ ସହିତ ଦେଖା ଯିବେ କି ନାହିଁ ?
News18ର ଏକ ରିପୋର୍ଟ ଅନୁସାରେ, ଡିକେ ଶିବକୁମାର ୨୦୧୯ ପୂର୍ବରୁ କ୍ଲିନ୍-ସେଭ୍ ଲୁକରେ ନଜର ଆସୁଥିଲେ। ସେପ୍ଟେମ୍ବରରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରି ଥିଲା। ଏହାପରେ ସେ ତିହାର ଜେଲରେ ୫୦ ଦିନ ବିତାଇ ଥିଲେ। ଜେଲରେ ଥିବା ସମୟରେ ସୋନିଆ ଗାନ୍ଧୀ ମଧ୍ୟ ଶିବକୁମାରଙ୍କୁ ଭେଟି ଥିଲେ। ଜେଲରେ ଥିବା ସମୟରେ, ସେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ କ୍ଲିନ୍-ସେଭେ ହେବେ ନାହିଁ ପ୍ରତିଜ୍ଞା କରିଥିଲେ।
ତିହାର ଜେଲରେ ପ୍ରାୟ ୫୦ ଦିନ ବିତାଇବା ପରେ, ତାଙ୍କର ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇ ଥିଲା। ପୂର୍ବରୁ ସେ କ୍ଲିନ୍-ସେଭେରେ ନଜର ଆସୁ ଥିଲେ। ଏବେ ତାଙ୍କ ଚେହେରାରେ ଦାଢି ଦେଖା ଯାଇଛି। ୨୦୨୨ ମସିହାରେ, ସେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ଥିଲେ ଯେ, ସେ ତିହାର ଜେଲରେ ଦାଢି ରଖିବା ଆରମ୍ଭ ହୋଇ ଥିଲା। ଏବେ, ମୁଁ ସେହି କ୍ଲିନ୍ ସେଭ୍ ସେତେବେଳେ କରିବି, ଯିବେ ମୁଖ୍ୟମନ୍ତ୍ରୀ ହୋଇଯିବି।
ଶିବକୁମାର ହେବେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ
ଜୁନ୍ ୩ ତାରିଖରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାର ଶପଥ ଗ୍ରହଣ କରିବେ। ଏହି ପଦ ସମ୍ଭାଳିବା ପରେ ସେ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ଯିବେ। ୨୦୨୩ର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କୁ ଦିଆଯାଇ ଥିବା ଶପଥପତ୍ର ଅନୁସାରେ, ଶିବ କୁମାର ୧,୪୧୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଘୋଷଣା କରିଥିଲେ। ଏହି ସଂଖ୍ୟା ସହ, ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ପଛରେ ପକାଇ ଦେଇଛନ୍ତି, ଯାହାଙ୍କ ଘୋଷିତ ସମ୍ପତ୍ତି ପ୍ରାୟ ୯୩୧ କୋଟି ଟଙ୍କା। ଶିବକୁମାରଙ୍କ ଏହି ବିଶାଳ ସମ୍ପତ୍ତିରେ ୧୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଜମା, ପ୍ରାୟ ୧୧୪୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ପ୍ରାୟ ୨୭୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ଏହି ତାଲିକାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପ୍ରା ୬୪୮ କୋଟି ଟଙ୍କାର ସଂପତ୍ତି ସହ ୩ୟ ସ୍ଥାନରେ ଅଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଟିଏମସି ବିଧାୟକ ମଦନ ମିତ୍ରଙ୍କ ବାସ ଭବନରେ ଚଢାଉ ; ତାଲା ଭାଙ୍ଗି ଘରେ ପଶିଲା ପୁଲିସ