ନୂଆଦିଲ୍ଲୀ,୧୯/୦୯: ଆଇ ଫୋନ୍ କଲା କମିଆ । ରାତି ଅଧରୁ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ । ଦିଲ୍ଲୀ ଓ ମୁମ୍ବାଇରେ ଆଇ ଫୋନ୍ ମାନିଆ ଦେଖିବାକୁ ମିଳିଛି । ଆଇ ଫୋନ୍ ୧୭ ସିରିଜ ଲଞ୍ଚ ପରେ ବୁକିଂ କରିଥିବା ଗ୍ରାହକଙ୍କ ଲାଇନ୍ ଦେଖିବାକୁ ମିଳିଛି । ଫୋନ୍ ପାଇଁ ପାଇଁ ରାତି ଅଧକୁ ଧାଡ଼ି ଲଗାଇଛନ୍ତି । ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଆପଲ୍ ଷ୍ଟୋର ଆଗରେ ପ୍ରବଳ ଭିଡ଼ ଲାଗିଛି । ଶହ ଶହ ସଂଖ୍ୟାରେ ଗ୍ରାହକ ଫୋନ୍ କିଣିବାକୁ ରାତି ଅଧରୁ ଅପେକ୍ଷା କରି ରହିଛନ୍ତି । କିଛି ଗ୍ରାହକ ଫୋନ୍ କିଣି ସାରିବାପରେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ହାତାହାତି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରବଳ ଭିଡ ଭିତରେ ଗ୍ରାହକଙ୍କ ମଧ୍ୟରେ ଚାପୁଡା ମରାମରି ସ୍ଥିତି ସୃଷ୍ଟି ହୋଇଛି ।
ଅମାନ ମେମନ୍ କହିଛନ୍ତି, ''iPhone 17 ପାଇଁ ମୁଁ ବହୁତ ଉତ୍ସାହିତ ଅଛି । ଏଥରେ ଆପଲ୍ ନୂଆ ଡିଜାଇନ ଆଣିଛି । ଏହାର ଫିଚର ଏ୧୯ ବାୟୋନିକ୍ ଚିପ ଯାହା ଗେମ୍ ପାଇଁ ଭଲ ଅନୁଭବ ଦେବ । ୬ ମାସ ହେବ ଆପଲ୍ ଏହି ମଡେଲକୁ ଅପେକ୍ଷା କରିଥିଲି । ଏଥର କମଳା ରଙ୍ଗର ଆଇ ଫୋନ୍ ଆସିଛି । ଯାହାକୁ ପାଇ ମୁଁ ବହୁତ ଖୁସି ।''
ସେହିପରି ଆଉ ଜଣେ କଷ୍ଟମର କହିଛନ୍ତି, iPhone 17 ର କମଳା କଲର ଫୋନ୍ ପାଇଁ ଆସିଛି । ରାତି ୮ଟାରୁ ଲାଇନ୍ ଲଗାଇଛି । ଏବେ ମୋର ନମ୍ବର ଲାଗିଛି । ଏଥର ଆଇ ଫୋନ୍ରେ କ୍ୟାମେରା, ଲୁକ୍ ଓ ବ୍ୟାଟେରୀ ଅଲଗା ରହିଛି । ମ୍ୟାନେଜମେଣ୍ଟ ଭଲ ଅଛି । ଲୋକ ଲାଇନ୍ କ୍ରମେ ଯାଉଛନ୍ତି ।''
ବେଙ୍ଗାଲୁରୁ ସିମ୍ଫୋନୀ ମଲ୍ ଆପଲ୍ ଷ୍ଟୋରରେ ଅପେକ୍ଷା କରିଥିବା ଜଣେ ଗ୍ରାହକ କହିଛନ୍ତି, "ମୁଁ ଗତ ଅନେକ ବର୍ଷ ଧରି iPhone କିଣୁଛି । ଏହା କିନ୍ତୁ ଏକ ବହୁତ ଭଲ ଅଭିଜ୍ଞତା ଥିଲା । ପ୍ରଥମ ଥର ପାଇଁ Apple ଷ୍ଟୋରକୁ ଆସିଛି । ମୁଁ ବହୁତ ଉତ୍ସାହିତ ଏବଂ ଏବେ ମୁଁ iPhone 18 ପାଇଁ ଅପେକ୍ଷା କରିଛି ।"
ଆପଲ୍ ଭାରତରେ ତାର iPhone 17 ସିରିଜ୍ ଲଞ୍ଚ କରିଛି । ୮୨,୯୦୦ ଟଙ୍କାରୁ ୨,୨୯,୯୦୦ ଟଙ୍କା ମୂଲ୍ୟ ରହିଛି । ଭାରତରେ iPhone 17 ପାଇଁ ପ୍ରି-ବୁକ୍ କରିଥିବା ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୧୯ ତାରିଖରୁ ଆର୍ଥାତ ଆଜିଠୁ ଉପଲବ୍ଧ ହୋଇଛି । ଏହାକୁ ନେଇ ଆଇ ଫୋନ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।