ଭୁବନେଶ୍ବର, ୧୦।୭ :  ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ହେଲେ ଆଇଏଏସ  ମନୋଜ କୁମାର ମହାନ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜଙ୍କୁ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।  ପୂର୍ବରୁ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ   କାର୍ଯ୍ୟ କରୁଥିଲେ।