ଭୁବନେଶ୍ବର,୩୧।୩ : ଆଇଏଏସ ବୀର ବିକ୍ରମ ଯାଦବ ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ (ଡିଜିସିଏ)ର ଡିଜି ନିଯୁକ୍ତ। ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଅନୁମୋଦନ ହୋଇଛି। ବର୍ତ୍ତମାନ ବୀର ବିକ୍ରମ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ୧୯୯୬ ବ୍ୟାଚ ଓଡିଶା କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ। ପୂର୍ବରୁ ବୀର ବିକ୍ରମ ଓଡିଶା ସରକାରଙ୍କ ପୂର୍ତ୍ତ ସଚିବ, ଯୋଗାଣ ସଚିବ ଏବଂ ବିଜ୍ଞାନ ଓ କାରିଗରୀ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି। ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ ।