ଭୁବନେଶ୍ବର,୨୮।୫ : କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଇଏଏସ ଭିନିଲ କ୍ରିଷ୍ଣା। କେନ୍ଦ୍ର କ୍ରୀଡା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ୫ ବର୍ଷ ପାଇଁ କେନ୍ଦ୍ର ଡେପୁଟେସନରେ ଯିବେ।
ଓଡିଶା ସରକାରଙ୍କ କ୍ରୀଡା ବିଭାଗରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ରାଜ୍ୟ FIH ପୁରୁଷ ହକି ବିଶ୍ୱକପ୍ (୨୦୧୮ ଏବଂ ୨୦୨୩) ଆୟୋଜନ କରିଥିଲା । ଓଡ଼ିଶା ଲଗାତାର ହକି ବିଶ୍ୱକପ୍ ଆୟୋଜନ କରିବାରେ ଦୁନିଆର ପ୍ରଥମ ହୋଇଥିଲା ।
କ୍ରୀଡା ସଚିବ ଭାବରେ ତାଙ୍କ କାର୍ଯ୍ୟକାଳରେ ଓଡ଼ିଶା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍-୨୦୨୨ ଟୁର୍ଣ୍ଣାମେଣ୍ଟର ଭୁବନେଶ୍ୱରରେ ଆୟୋଜନ କରିଥିଲା । ତାଙ୍କ କାର୍ଯ୍ୟକାଳରେ ହକି, ଫୁଟବଲ୍, ଭାରୋତ୍ତୋଳନ, ସନ୍ତରଣ, ସୁଟିଂ, ବ୍ୟାଡମିଣ୍ଟନ, ଆଥଲେଟିକ୍ସ ଏବଂ କ୍ରୀଡା ବିଜ୍ଞାନ ଭଳି ବିଭିନ୍ନ ବିଭାଗରେ ସେଣ୍ଟର ସ୍ଥାପନ ହୋଇଥିଲା ।