ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ିଲା ଅଡୁଆ, ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ

Published By : Suraj Kumar | August 4, 2025 8:50 PM

ଭୁବନେଶ୍ବର,୪।୮ : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟଙ୍କ ପରେ ଏବେ ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏକ ଲାଞ୍ଚ ମାମଲାରେ ଗତ ଜୁଲାଇ ୨୮ରେ ଜାମିନ ଆବେଦନ ଖାରଜ ନେଇ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

 ସୂଚନାଥାଉକି, ଗତ ବର୍ଷ ଡିସେମ୍ୱର ୬ରେ ଏକ ହୋଟେଲ  ସାମ୍ନାରେ ଏକ ଦାମୀ କାରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହେଉଥିବା ବେଳେ  ଦିଲ୍ଲୀ ସିବିଆଇ  ଚଢାଉ କରିଥିଲା। ଏହା ପରେ  ବ୍ରିଜ ଆଣ୍ଡ୍ ରୁଫ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ତନାଘନା କରିଥିଲା ସିବିଆଇ । ଏହି ମାମଲାରେ ତିନି ଜଣଙ୍କୁ ନିଜ ହେପାଜତରେ ନେଇଥିଲା ସିବିଆଇ । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଅଧିକାରୀ ଗିରଫ କରିଥିଲା।

ପରେ ଏହି ଲାଞ୍ଚ ମାମଲାକୁ ନେଇ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ ଟିମ୍ । ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ। କିନ୍ତୁ ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ। ତେବେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯାହା ଖାରଜ ହୋଇଥିଲା। ପରେ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.