ମୁମ୍ବାଇ ୩୧/୧୦: ବଲିଉଡ୍‌ରେ ନିଜର ଅନ୍ୟତମ ବହୁପ୍ରତୀକ୍ଷିତ ପ୍ରୋଜେକ୍ଟ ପ୍ରସ୍ତୁତ କରୁଛନ୍ତି ପ୍ରଯୋଜକ ଦିନେଶ ଭିଜନ । ଏହା ଜରିଆରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲି ଖାନ୍‌ଙ୍କ ପୁଅ ଇବ୍ରାହିମ ଅଲି  ଖାନ୍‌ ସିନେ ଦୁନିଆରେ ଏଣ୍ଟ୍ରି କରିବେ । ଖାସ୍‌ କଥା ହେଉଛି, ଡେବ୍ୟୁ ଫିଲ୍ମରେ ଜଣେ ସାଉଥ୍‌  ସୁନ୍ଦରୀଙ୍କ ସହ ସେ ସ୍କ୍ରିନ୍‌ ସେୟାର କରିବେ । ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା  ଶ୍ରୀଲୀଲାଙ୍କୁ ଇବ୍ରାହିମ୍‌ଙ୍କ ଅପୋଜିଟ୍‌ରେ କାଷ୍ଟ୍‌  କରାଯାଇଛି । ଏହି ଫ୍ରେଶ୍‌ ଯୋଡ଼ିଙ୍କୁ କାଷ୍ଟ୍‌  କରି ଦିନେଶ ଭିଜନଙ୍କ ମ୍ୟାଡ୍‌ଡକ୍‌ ଫିଲ୍ମସ  ସିନେ ଜଗତରେ ଚର୍ଚ୍ଚାର ବିଷୟ ହୋଇଛି । ଉଭୟଙ୍କୁ ଏକାଠି ବଡ଼ ପରଦାରେ  ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଯାଇଛି । ନିକଟରେ ଦୁହେଁ ଲଣ୍ଡନରେ ଫିଲ୍ମର ପ୍ରଥମ ଭାଗର ସୁଟିଂ ଶେଷ କରିଛନ୍ତି । ଏହି ନୂଆ  ଯୋଡ଼ି ବଡ଼ ପରଦାରେ କି କମାଲ୍‌ କରିବ, ତାକୁ ନେଇ ଏବେଠୁ ଚର୍ଚ୍ଚା ହେଲାଣି ।  ଇବ୍ରାହିମ ଏବେ କରନ ଜୋହରଙ୍କ  ପ୍ରଯୋଜିତ ‘ସର୍‌ଜମୀନ୍‌’ ସୁଟିଂରେ ବ୍ୟସ୍ତ  ଅଛନ୍ତି । ସେହିପରି ଶ୍ରୀଲୀଲାଙ୍କ ହାତରେ  କିଛି ବଡ଼ ବଜେଟ୍‌ ସାଉଥ୍‌ ପ୍ରୋଜେକ୍ଟ  ରହିଥିବା ଚର୍ଚ୍ଚା ହେଉଛି ।