ନୂଆଦିଲ୍ଲୀ,୧୬/୦୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ବିଶ୍ୱକପରେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି ଏବଂ ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ-ରବିନ୍ ଫର୍ମାଟରେ ଖେଳାଯିବ। ଏହାର ଅର୍ଥ ହେଉଛି ଯେ ସମସ୍ତ ୮ଟି ଦଳ ନିଶ୍ଚିତ ଭାବରେ ଗ୍ରୁପ୍ ପର୍ଯ୍ୟାୟରେ ଥରେ ପରସ୍ପରକୁ ସାମ୍ନା କରିବେ। ଏଥର ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି ଏବଂ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।
ବିଶ୍ୱକପ୍ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମହିଳା ଦିନିକିଆ ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ସହିତ ବିଶ୍ୱକପ୍ରେ ଏହାର ଅଭିଯାନ ଆରମ୍ଭ କରିବ। ସୂଚନାଥାଉକି, ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ର ତାରିଖ ମଧ୍ୟ ସ୍ଥିର ହୋଇସାରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ୫ ଅକ୍ଟୋବରରେ ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ।
ଭାରତର ସମ୍ପୁର୍ଣ୍ଣ କ୍ରୀଡ଼ାସୂଚୀ:
୩୦ ସେପ୍ଟେମ୍ବର - ଭାରତ ବନାମ ଶ୍ରୀଲଙ୍କା
୫ ଅକ୍ଟୋବର - ଭାରତ ବନାମ ପାକିସ୍ତାନ
୯ ଅକ୍ଟୋବର - ଭାରତ ବନାମ ଦକ୍ଷିଣ ଆଫ୍ରିକା
୧୨ ଅକ୍ଟୋବର - ଭାରତ ବନାମ ଅଷ୍ଟ୍ରେଲିଆ
୧୯ ଅକ୍ଟୋବର - ଭାରତ ବନାମ ଇଂଲଣ୍ଡ
୨୩ ଅକ୍ଟୋବର - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ
୨୬ ଅକ୍ଟୋବର - ଭାରତ ବନାମ ବାଂଲାଦେଶ