ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ICC ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତ- ଅଷ୍ଟ୍ରେଲିଆ ସେମି ଟକ୍କର,ବିଶ୍ୱକପ୍‌ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରୋହିତ ସେନା

Published By : Prameya | March 4, 2025 8:23 AM

ଦୁବାଇ,୦୪/୦୩:  ଚଳିତ ଚାମ୍ପିଅନ୍ସ  ଟ୍ରଫିରେ ଆଜି ଖେଳାଯିବ ପ୍ରଥମ ସେମି ଫାଇନାଲ୍‌ ମୁକାବିଲା । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ  ଭାରତ ଓ ଅଷ୍ଟ୍ରେଲିଆ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ରେ ପରସ୍ପରକୁ ଭେଟିବେ ।  ରୋହିତ ବାହିନୀ ଅଷ୍ଟ୍ରେଲିଆକୁ ହରାଇ ୨୦୨୩  ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପରାଜୟର ପ୍ରତିଶୋଧ  ନେବାକୁ ଚେଷ୍ଟା କରିବ । 

ଚାମ୍ପିଅନ୍ସ ଟ୍ରଫିରେ ଭାରତ  ୨, ଅଷ୍ଟ୍ରେଲିଆ ୧

ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି । ଏଥିରୁ ଭାରତ ୨ଟି ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛନ୍ତି । ୨୦୦୯ ସଂସ୍କରଣରେ  ଉଭୟ ଦଳ ମଧ୍ୟ ହେବାକୁ ଥିବା ମ୍ୟାଚ୍‌କୁ ବର୍ଷା  ଧୋଇ ନେଇଥିଲା । ଏହା ପରଠୁ ଚାମ୍ପିଅନ୍ସ  ଟ୍ରଫିରେ ଉଭୟ ସାମ୍ନା ସାମ୍ନି ହୋଇନାହାନ୍ତି ।

୨୦୧୦ ଠାରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏକମାତ୍ର  ଦଳ ଭାବେ ଭାରତକୁ ସବୁ ଫର୍ମାଟ୍‌ରେ କଡ଼ା  ଟକ୍କର ଦେଇ ଆସିଛି। ଗତ ୧୫ବର୍ଷ ମଧ୍ୟରେ  ଅନ୍ୟ ସବୁ ଦଳ ବିପକ୍ଷରେ ଭାରତର ବିଜୟ ହାର ଅଧିକ ରହିଛି । କେବଳ ଅଷ୍ଟ୍ରେଲିଆ ବିପକ୍ଷରେ  ବଜୟ ହାର ୫୦%(ସବୁଠୁ କମ୍‌) ରହିଛି । ଏହି  ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ବିପକ୍ଷରେ  ୨୩ଟି ଲେଖାଏଁ ଦିନିକିଆ ମ୍ୟାଚ୍‌ ଜିତିଛନ୍ତି ।  

ଗ୍ଲେନ ମ୍ୟାକ୍ସୱେଲ୍‌ ଆସନ୍ତା କାଲି ୧୭ରନ  କଲେ ଦିନିକିଆ କ୍ରିକେଟ୍‌ରେ ୪୦୦୦ ରନ ପୂରଣ  କରିବେ । ସେହିପରି ରାହୁଲ ୩୦୦୦ ଦିନିକିଆ  ରନ୍‌ କ୍ଲବରେ ପ୍ରବେଶ କରିବା ପାଇଁ ଆଉ ୩୩  ରନ୍‌ ଆବଶ୍ୟକ କରୁଛନ୍ତି । 

ଅନଭିଜ୍ଞ ପେସ୍‌ ବାହିନୀ: ତାରକା  ଖଚିତ ଭାରତୀୟ ବ୍ୟାଟିଂ ବିଭାଗକୁ ଅଟକାଇବା  ପାଇଁ ଆସନ୍ତା କାଲି ଅଷ୍ଟ୍ରେଲିଆର ପେସ୍‌  ବାହିନୀ କି କୌଶଳ ଆପଣେଇବ, ଦେଖିବାକୁ  ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।  ଅଷ୍ଟ୍ରେଲିଆର ପେସ୍‌ ବିଭାଗ ସମ୍ଭାଳୁଥିବା ନାଥାନ ଏଲିସ, ବେନ ଡାର୍ସିୟସ ଓ ସ୍ପେନସର ଜନସନ  ଭାରତ ବିପକ୍ଷରେ ମାତ୍ର ୨ଟି ମ୍ୟାଚ୍‌ ଖେଳିଛନ୍ତି ।  ଭାରତୀୟ ବ୍ୟାଟର ଚମତ୍କାର ଫର୍ମରେ  ରହିଛନ୍ତି। ଶୁଭମନ ଗିଲ୍‌ ଓ ବିରାଟ କୋହଲି  ଶତକ ଅର୍ଜନ କରିସାରିଛନ୍ତି । ଶ୍ରେୟାସ ଆୟର,  ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ମଧ୍ୟ ଉପଯୋଗୀ ବ୍ୟାଟିଂ କରିଛନ୍ତି । କେବଳ  ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ  ଦେଖିବାକୁ ମିଳିନାହିଁ ।  ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ  ରୋହିତଙ୍କ ବ୍ୟାଟ୍‌ରୁ ଏକ ବିସ୍ଫୋରକ ଇନିଂସ  ଆବଶ୍ୟକ ପଡ଼ିବ । ଗତ ୨୦୨୪ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ରୋହିତଙ୍କ ବିଧ୍ୱଂସୀ ବ୍ୟାଟିଂ  ବଳରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ  ହରାଇଥିଲା । ରୋହିତ ୪୧ଟି ବଲ୍‌ରୁ  ୭ଚୌକା ଓ ୮ଛକା ବଳରେ ୯୨ ରନ୍‌ର  ଇନିଂସ ଖେଳିଥିଲେ ।  

ଭାରତର ଚିନ୍ତା ହେଡ୍‌: ଭାରତ  ପାଇଁ ଆସନ୍ତାକାଲି ଚିନ୍ତାର କାରଣ ସାଜିବେ ଅଷ୍ଟ୍ରେଲିଆ ଓପନର ଟ୍ରେଭିସ୍‌ ହେଡ୍‌ । ତାଙ୍କୁ ଅଟକାଇବା ପାଇଁ ରୋହିତଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ । ହେଡ୍‌ ଅନେକ  ଥର ଭାରତଠୁ ବିଜୟ ଛଡ଼ାଇ ନେଇଛନ୍ତି । ଗତ ୨୦୨୩ ବିଶ୍ୱକପ୍‌ ଫାଇନାଲ୍‌ରେ ତାଙ୍କ  ଇନିଂସକୁ ଭାରତୀୟ କ୍ରିକେଟ୍‌ ପ୍ରେମୀ କେବେ  ଭୁଲିପାରିବେ ନାହିଁ । ସେ ଶତକ ଅର୍ଜନ କରି  ଭାରତକୁ ହରାଇବାରେ ମୁଖ୍ୟ ଭୂମିକା ନିର୍ବାହ  କରିଥିଲେ । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର  ଉକ୍ତ ମ୍ୟାଚ୍‌ରେ ମଧ୍ୟ ସେ ୪୩ଟି ବଲ୍‌ରୁ ୭୬  ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳି ଆତଙ୍କ  ଖେଳାଇଥିଲେ । ସେ ଆଉଟ୍‌ ହେବା ପରେ  ଭାରତ ମ୍ୟାଚ୍‌କୁ ଫେରି ବିଜୟୀ ହୋଇଥିଲା ।  ହେଡଙ୍କୁ ସହଳ ଆଉଟ୍‌ କରିବା ଭାରତୀୟ ବୋଲରଙ୍କ ମୁଖ୍ୟ କାର୍ଯ୍ୟ ହେବ ।  

ଦଳ ଅପରିବର୍ତ୍ତିତ ରଖିବ ଭାରତ: ଭାରତ ଏକାଦଶ ଅପରିବର୍ତ୍ତିତ  ରଖିବା ଏକ ପ୍ରକାର ନିଶ୍ଚିତ । ନ୍ୟୁଜିଲାଣ୍ଡ ବିପକ୍ଷ  ମୁକାବିଲା ଭଳି ଭାରତ ୪ଜଣ ସ୍ପିନର ନେଇ  ଖେଳିବ । ଆଜିର ମ୍ୟାଚ୍‌ ପାଇଁ ଚୟନ  କରାଯାଇଥିବା ପିଚ୍‌ରେ ପୂର୍ବରୁ ଗୋଟିଏ ମ୍ୟାଚ୍‌  ଖେଳ ହୋଇଛି । ୨୩ ତାରିଖରେ ଭାରତ ଓ  ପାକିସ୍ତାନ ଏହି ପିଚ୍‌ରେ ଖେଳିଥିଲେ । ବ୍ୟବହୃତ  ପିଚ୍‌ ଅପେକ୍ଷାକୃତ ମନ୍ଥର ହେବ । ତେଣୁ  ସ୍ପିନରମାନ ଭରପୁର ଫାଇଦା ଉଠାଇବେ ।  ଅଷ୍ଟ୍ରେଲିଆ ଏକାଦଶରେ ପରିବର୍ତ୍ତନ ହେବ ।  ଓପନର ମାଥ୍ୟୁ ସର୍ଟ ଆହତ ହୋଇ ବିଦାୟ  ନେଇଛନ୍ତି । ତାଙ୍କ ସ୍ଥାନରେ ଦଳକୁ ଆସିଥିବା  କୁପର କନଲି ଓପନର ନୁହନ୍ତି । ସେ ମଧ୍ୟ କ୍ରମ  ବ୍ୟାଟିଂ ଅଲ୍‌ରାଉଣ୍ଡର । ଦୁବାଇ ପିଚ୍‌କୁ ନଜରରେ  ରଖି କନଲିଙ୍କୁ ଡକା ଯାଇଛି । ସେ ବାମ ହାତି  ସ୍ପିନ୍‌ ବୋଲର । ଭାରତୀୟ ବ୍ୟାଟିଂ ବିଭାଗରେ  ୬ଜଣ ଡାହାଣ ହାତି ବ୍ୟାଟର ରହିଛନ୍ତି । ତେଣୁ  କନଲିଙ୍କ ସ୍ପିନ୍‌ ବୋଲିଂ ଫଳପ୍ରଦ ହେବ । କନଲି  ମଧ୍ୟ କ୍ରମରେ ବ୍ୟାଟିଂ କଲେ ଟ୍ରେଭିସ୍‌ ହେଡ୍‌ଙ୍କ ସହ  ୱିକେଟ୍‌ କିପର ଜୋସ ଇଂଲିଶ ଓପନ କରିବେ । ଘରୋଇ କ୍ରିକେଟ୍‌ରେ ଓପନ କରନ୍ତି ।  

ଟସ ଜିତିଲେ ବ୍ୟାଟିଂ: ଦୁବାଇ ପିଚ୍‌ ମନ୍ଥର ରହୁଛି ଓ ସ୍ପିନରଙ୍କୁ ସହାୟତା କରୁଛି । ଭାରତ ଖେଳିଥିବା ୩ଟି ଯାକ ମ୍ୟାଚ୍‌ର ଦ୍ୱିତୀୟ ଭାଗରେ ପିଚ୍‌ ମନ୍ଥର ହୋଇଥିବା ଦେଖିବାକୁ ମିଳିଛି । ଅବଶ୍ୟ ଏଥିରୁ ୨ଟି ମ୍ୟାଚ୍‌ରେ  ଭାରତ ବିଜୟ ଲକ୍ଷ୍ୟର ପିଛା କରି ଜିତିଛି । ପୂର୍ବ ମ୍ୟାଚଗୁଡ଼ିକ ଭଳି ଆଜି ପିଚ୍‌  ମନ୍ଥର ରହିବା ଏକ ପ୍ରକାର ନିଶ୍ଚିତ । ଫଳରେ  ସ୍ପିନରମାନେ ପିଚ୍‌ରୁ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଟସ୍‌ ବେଶ୍‌ ଗୁରୁତ୍ୱ ବହନ କରିବ ।  କ୍ରମାନ୍ୱୟରେ ୧୦ଟି ମ୍ୟାଚ୍‌ରେ ଟସ ହାରିଥିବା  ରୋହିତ ଆଜି ଟସ ଜିତିଲେ ବ୍ୟାଟିଂ  ନିଷ୍ପତ୍ତ ନେବାକୁ ପଛାଇବେ ନାହିଁ। 

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ  ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ,କୁଲଦୀପ  ଯାଦବ,ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି । 

ଅଷ୍ଟ୍ରେଲିଆ: ଟ୍ରେଭିସ ହେଡ୍‌, ଜୋସ  ଇଂଲିଶ, ଷ୍ଟିଭେନ ସ୍ମିଥ(ଅଧିନାୟକ), ମାର୍ନସ  ଲାବୁସାନ, କୁପର କନଲି, ଆଲେକ୍ସ କ୍ୟାରୀ,  ଗ୍ଲେନ ମ୍ୟାକ୍ସୱେଲ୍‌, ବେନ ଡାର୍ସିୟସ, ନାଥାନ  ଏଲିସ୍‌, ସ୍ପେନ୍‌ସର ଜନସନ, ଆଡାମ ଜାମ୍ପା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.