ଦୁବାଇ,୧୩/୦୨: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କ ଆଧିପତ୍ୟ ଜାରି ରହିଛି । ପ୍ରଥମ ୨ଟି ଦିନିକିଆରେ ଅର୍ଦ୍ଧଶତକ ଅର୍ଜନ କରି ଶୁଭମନ ଗିଲ୍‌ ଦ୍ୱିତୀୟକୁ ଉନ୍ନୀତ ହୋଇଛନ୍ତି । ଶ୍ରେଷ୍ଠ ୧୦ରେ ୪ଜଣ ଭାରତୀୟ  ସ୍ଥାନ ବଜାୟ ରଖିଛନ୍ତି । ଗିଲ୍‌ଙ୍କ ବ୍ୟତୀତ ରୋହିତ ଶର୍ମା ତୃତୀୟ  ସ୍ଥାନରେ ରହିଥିବାବେଳେ ବିରାଟ କୋହଲି ଷଷ୍ଠ ଓ ଶ୍ରେୟାସ  ଆୟର ଦଶମ ସ୍ଥାନରେ ରହିଛନ୍ତି । ଆସନ୍ତା ସପ୍ତାହରେ ଉଭୟ  କୋହଲି ଓ ଆୟରଙ୍କ ମାନ୍ୟତାରେ ଉନ୍ନତି ହେବା ନିଶ୍ଚିତ । 



ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।  ମାତ୍ର ଗିଲ ଓ ତାଙ୍କ ମଧ୍ୟରେ ମାତ୍ର ୫ ପଏଣ୍ଟର ବ୍ୟବଧାନରେ  ରହିଛି । ବାବର ୭୮୬ ଓ ଗିଲ୍‌ ୭୮୧ ପଏଣ୍ଟ ଅର୍ଜନ କରିଛନ୍ତି । ବୁଧବାର ଭାରତ -ଇଂଲଣ୍ଡ ମ୍ୟାଚ୍‌ର ଶତକକୁ ମାନ୍ୟତାରେ ସାମିଲ କରାଯାଇନାହିଁ । ଫଳରେ ଆସନ୍ତା ସପ୍ତାହରେ ବ୍ୟାଟିଂ ମାନ୍ୟତା ତାଲିକା ପ୍ରକାଶ  ପାଇବା ବେଳକୁ ଗିଲଙ୍କ ପଏଣ୍ଟରେ ଉନ୍ନତି ହୋଇଥିବ । 

ବୋଲିଂ ମାନ୍ୟତାରେ ଆଫଗାନିସ୍ତାନର ରସିଦ ଖାନ  ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଭାରତର ୨ଜଣ ବୋଲର  ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । କୁଲଦୀପ ପଞ୍ଚମ ଓ  ମହମ୍ମଦ ସିରାଜ ଦଶମ ସ୍ଥାନରେ ରହିଛନ୍ତି । କୁଲଦୀପଙ୍କ  ମାନ୍ୟତାରେ ୩ଟି ସ୍ଥାନ ଓ ସିରାଜଙ୍କ ମାନ୍ୟତାରେ ୪ଟି  ସ୍ଥାନ ଅବନତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର  ଜାଡେଜା ୧୧ ଓ ମହମ୍ମଦ ସାମି ୧୩ତମ ସ୍ଥାନରେ ରହିଛନ୍ତି ।

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ମିଳିଲା କୋହିନୁର , ଜାଣନ୍ତୁ କିଏ …