ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ

Published By : Prameya | October 24, 2024 10:01 AM

ଦୁବାଇ,୨୪/୧୦: ସଦ୍ୟ ପ୍ରକାଶିତ ଆଇସିସି  ଟେଷ୍ଟ ମାନ୍ୟତାରେ ଭାରତୀୟଙ୍କ ଉନ୍ନତି ହୋଇଛି । ବ୍ୟାଟିଂ  ବର୍ଗରେ ରିଷଭ ପନ୍ତ ଷଷ୍ଠକୁ ଉନ୍ନୀତ ହୋଇଛନ୍ତି ।  ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ  ସେ ୯୯ ରନ୍‌ର ଇନିଂସ ଖେଳିଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କ ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଥିଲା ।  ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ  ଯଶସ୍ୱୀ ଜୈସ୍ୱାଲ୍‌ ଓ ବିରାଟ କୋହଲି ରହିଛନ୍ତି । ଜୈସ୍ୱାଲ୍‌  ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । କୋହଲିଙ୍କ ମାନ୍ୟତାରେ  ଗୋଟିଏ ସ୍ଥାନ ଅବନତି ହୋଇଛି ଓ ସେ ଅଷ୍ଟମ ସ୍ଥାନରେ  ପହଞ୍ଚିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି  ୭୦ ରନ୍‌ର ଏକ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।  

ପ୍ରଥମ ଟେଷ୍ଟରେ ଅର୍ଦ୍ଧଶତକ ସତ୍ତେ୍ୱ ରୋହିତ ଶର୍ମାଙ୍କ  ମାନ୍ୟତାରେ ୨ଟି ସ୍ଥାନ ଅବନତି ହୋଇଛି । ସେ ବର୍ତ୍ତମାନ  ୧୬ତମ ସ୍ଥାନକୁ ଖସିଛନ୍ତି । ସେହପରି ପ୍ରଥମ ଟେଷ୍ଟ  ଖେଳିନଥିବା ଶୁଭମନ ଗିଲ୍‌ ୪ଟି ସ୍ଥାନ ତଳକୁ ଖସି  ୨୦ତମ ସ୍ଥାନରେ ପହଞ୍ଚିଛନ୍ତି । ବୋଲିଂ ମାନ୍ୟତାରେ  ତାଲିକାରେ ଯଶପ୍ରୀତ ବୁମରା ଓ ରବି ଅଶ୍ୱିନ ପ୍ରଥମ  ୨ଟି ଯାକ ସ୍ଥାନ ବଜାୟ ରଖିଥିବାବେଳେ ରବିନ୍ଦ୍ର ଜାଡେଜା  ସପ୍ତମ ସ୍ଥାନରେ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.