ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇସିସି ଟେଷ୍ଟ ମାନ୍ୟତା: ବ୍ୟାଟିଂରେ ତୃତୀୟକୁ ଉଠିଲେ ଯଶସ୍ୱୀ ଜୈସ୍ୱାଲ, ବୋଲିଂରେ ରାବାଡା ନଂ ୧

Published By : Prameya | October 31, 2024 10:48 AM

ଦୁବାଇ,୩୧/୧୦: ସଦ୍ୟ  ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ବଡ଼ ପରିବର୍ତ୍ତନ ହୋଇଛି । ଯଶପ୍ରୀତ ବୁମରାଙ୍କୁ  ପଛରେ ପକାଇ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ବୋଲିଂ ମାନ୍ୟତାର  ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।  ସେହିପରି ବ୍ୟାଟିଂ ମାନ୍ୟତାରେ  ଯଶସ୍ୱୀ ଜୈସ୍ୱାଲ୍‌ ତୃତୀୟକୁ ଉଠିଛନ୍ତି ।  

ବାଂଲାଦେଶ ବିପକ୍ଷ ପ୍ରଥମ  ଟେଷ୍ଟାରେ ୯ଟି ୱିକେଟ୍‌ ଅକ୍ତିଆର  କରିଥିଲେ । ଫଳରେ ତାଙ୍କ  ମାନ୍ୟତାରେ ୪ଟି ସ୍ଥାନ ଉନ୍ନତି  ହୋଇଥିଲା । ନ୍ୟଜିଲାଣ୍ଡ ବିପକ୍ଷ  ପ୍ରଥମ ୨ଟି ଯାକ ଟେଷ୍ଟରେ  ନୈରାଶ୍ୟଜନକ ପ୍ରଦର୍ଶନ କରିବା  ପରେ ବୁମରା, ରବି ଚନ୍ଦ୍ରନ ଅଶ୍ୱିନଙ୍କ  ମାନ୍ୟତାରେ ଅବନତି ହୋଇଥିଲା ।  ବୁମରା ଦ୍ୱିତୀୟ ଓ ଅଶ୍ୱିନ ତୃତୀୟକୁ  ଖସିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ରବିନ୍ଦ୍ର ଜାଡେଜା ମଧ୍ୟ ଅଷ୍ଟମକୁ  ଖସିଛନ୍ତି। ଗତ ସପ୍ତାହରେ  ସେ ଷଷ୍ଠ ସ୍ଥାନରେ ରହିଥିଲେ । 

ବ୍ୟାଟିଂ ମାନ୍ୟତାରେ କେବଳ  ଜୈସ୍ୱାଲଙ୍କୁ ଛାଡ଼ିଦେଲେ ବାକି ସବୁ  ଭାରତୀୟଙ୍କ ଅବନତି ହୋଇଛି ।  ରିଷଭ ପନ୍ତଙ୍କ ମାନ୍ୟତାରେ ୫ଟି ସ୍ଥାନ ଅବନତି ଘଟିଛି ଓ ସେ  ୧୧ତମ ସ୍ଥାନରେ ପହଞ୍ଚିଛନ୍ତି । ବିରାଟ  କୋହଲିଙ୍କ ମାନ୍ୟତାରେ ୬ଟି ସ୍ଥାନ  ଅବନତି ହୋଇଛି ଓ ସେ ୧୪ତମ  ସ୍ଥାନକୁ ଖସିଛନ୍ତି । ସେହିପରି  ରୋହିତ ଶର୍ମାଙ୍କ ମାନ୍ୟତାରେ ୯ଟି  ସ୍ଥାନ ଅବନତି ହୋଇଥିବାବେଳେ ସେ  ୨୪ତମ ସ୍ଥାନରେ ପହଞ୍ଚିଛନ୍ତି । ଗିଲଙ୍କ  ମାନ୍ୟତାରେ ମଧ୍ୟ ଗୋଟିଏ ସ୍ଥାନ  ଅବନତି ହୋଇଛି । ସେ ବର୍ତ୍ତମାନ  ୨୦ତମ ସ୍ଥାନ ହାସଲ କରିଛନ୍ତି ।  ପାକିସ୍ତାନର ସାଉଦ ସକିଲଙ୍କ  ମାନ୍ୟତାରେ ୨୦ଟି ସ୍ଥାନ ଉନ୍ନତି  ହୋଇଛ । ସେ ମାନ୍ୟତା ତାଲିକାର  ସପ୍ତମ ସ୍ଥାନ ଦଖଲ କରିଛନ୍ତି । ଜୋ  ରୁଟ୍‌ ଓ କେନ ୱିଲିୟମସନ ପୂର୍ବଭଳି  ପ୍ରଥମ ୨ଟି ସ୍ଥାନ ବଜାୟ ରଖିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.