ଦୁବାଇ,୩୧/୧୦: ସଦ୍ୟ  ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ବଡ଼ ପରିବର୍ତ୍ତନ ହୋଇଛି । ଯଶପ୍ରୀତ ବୁମରାଙ୍କୁ  ପଛରେ ପକାଇ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ବୋଲିଂ ମାନ୍ୟତାର  ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।  ସେହିପରି ବ୍ୟାଟିଂ ମାନ୍ୟତାରେ  ଯଶସ୍ୱୀ ଜୈସ୍ୱାଲ୍‌ ତୃତୀୟକୁ ଉଠିଛନ୍ତି ।  

ବାଂଲାଦେଶ ବିପକ୍ଷ ପ୍ରଥମ  ଟେଷ୍ଟାରେ ୯ଟି ୱିକେଟ୍‌ ଅକ୍ତିଆର  କରିଥିଲେ । ଫଳରେ ତାଙ୍କ  ମାନ୍ୟତାରେ ୪ଟି ସ୍ଥାନ ଉନ୍ନତି  ହୋଇଥିଲା । ନ୍ୟଜିଲାଣ୍ଡ ବିପକ୍ଷ  ପ୍ରଥମ ୨ଟି ଯାକ ଟେଷ୍ଟରେ  ନୈରାଶ୍ୟଜନକ ପ୍ରଦର୍ଶନ କରିବା  ପରେ ବୁମରା, ରବି ଚନ୍ଦ୍ରନ ଅଶ୍ୱିନଙ୍କ  ମାନ୍ୟତାରେ ଅବନତି ହୋଇଥିଲା ।  ବୁମରା ଦ୍ୱିତୀୟ ଓ ଅଶ୍ୱିନ ତୃତୀୟକୁ  ଖସିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ରବିନ୍ଦ୍ର ଜାଡେଜା ମଧ୍ୟ ଅଷ୍ଟମକୁ  ଖସିଛନ୍ତି। ଗତ ସପ୍ତାହରେ  ସେ ଷଷ୍ଠ ସ୍ଥାନରେ ରହିଥିଲେ । 

ବ୍ୟାଟିଂ ମାନ୍ୟତାରେ କେବଳ  ଜୈସ୍ୱାଲଙ୍କୁ ଛାଡ଼ିଦେଲେ ବାକି ସବୁ  ଭାରତୀୟଙ୍କ ଅବନତି ହୋଇଛି ।  ରିଷଭ ପନ୍ତଙ୍କ ମାନ୍ୟତାରେ ୫ଟି ସ୍ଥାନ ଅବନତି ଘଟିଛି ଓ ସେ  ୧୧ତମ ସ୍ଥାନରେ ପହଞ୍ଚିଛନ୍ତି । ବିରାଟ  କୋହଲିଙ୍କ ମାନ୍ୟତାରେ ୬ଟି ସ୍ଥାନ  ଅବନତି ହୋଇଛି ଓ ସେ ୧୪ତମ  ସ୍ଥାନକୁ ଖସିଛନ୍ତି । ସେହିପରି  ରୋହିତ ଶର୍ମାଙ୍କ ମାନ୍ୟତାରେ ୯ଟି  ସ୍ଥାନ ଅବନତି ହୋଇଥିବାବେଳେ ସେ  ୨୪ତମ ସ୍ଥାନରେ ପହଞ୍ଚିଛନ୍ତି । ଗିଲଙ୍କ  ମାନ୍ୟତାରେ ମଧ୍ୟ ଗୋଟିଏ ସ୍ଥାନ  ଅବନତି ହୋଇଛି । ସେ ବର୍ତ୍ତମାନ  ୨୦ତମ ସ୍ଥାନ ହାସଲ କରିଛନ୍ତି ।  ପାକିସ୍ତାନର ସାଉଦ ସକିଲଙ୍କ  ମାନ୍ୟତାରେ ୨୦ଟି ସ୍ଥାନ ଉନ୍ନତି  ହୋଇଛ । ସେ ମାନ୍ୟତା ତାଲିକାର  ସପ୍ତମ ସ୍ଥାନ ଦଖଲ କରିଛନ୍ତି । ଜୋ  ରୁଟ୍‌ ଓ କେନ ୱିଲିୟମସନ ପୂର୍ବଭଳି  ପ୍ରଥମ ୨ଟି ସ୍ଥାନ ବଜାୟ ରଖିଛନ୍ତି