ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ: ପ୍ରଥମ ଦିବସରେ ରହିଛି ୬ମ୍ୟାଚ୍‌, ରବିବାର ଭାରତ-ୱେଷ୍ଟଇଣ୍ଡିଜ ଲଢ଼େଇ

Published By : Prameya | January 18, 2025 9:12 AM

ନୂଆଦିଲ୍ଲୀ ୧୮/୦୧: ମାଲେସିଆର କ୍ୱାଲାଲୁମ୍ପୁର ଠାରେ ଶନିବାରଠୁ ଆରମ୍ଭ ହେଉଛି ଆଇସିସି ୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ । ପ୍ରଥମ ଦିବସରେ ମୋଟ ୬ଟି ମ୍ୟାଚ୍‌ ରହିଛି । ଭାରତ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ରହିଛି ।  ଦଳ ଆସନ୍ତା ୧୯ ତାରିଖରେ ୱେଷ୍ଟଇଣ୍ଡିଜ୍‌  ବିପକ୍ଷରେ ଅଭିଯାନ ଆରମ୍ଭ କରିବ । 

ଯୁବା ବିଶ୍ୱକପ୍‌ରେ ମୋଟ ୧୬ଟି  ଦଳ ୪ଟି ଗ୍ରୁପ୍‌ (ଏ, ବି, ସି, ଡି)ରେ  ଭାଗ ନେଉଛନ୍ତି । ଭାରତ ଗ୍ରୁପ୍‌-ଏ’ରେ  ଆୟୋଜକ ମାଲେସିଆ, ୱେଷ୍ଟଇଣ୍ଡିଜ୍‌,  ଶ୍ରୀଲଙ୍କା ସହ ସ୍ଥାନ ପାଇଛି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦଳ ଅଭିଯାନ ଆରମ୍ଭ  କରିବ । ଏହାପରେ ଭାରତ ୨୧ତାରିଖ ମାଲେସିଆ, ୨୩ତାରିଖରେ ଶ୍ରୀଲଙ୍କାକୁ  ଭେଟିବ । ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତି ଗ୍ରୁପ୍‌ରୁ  ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ଟି ଲେଖାଏଁ  ଦଳ ସୁପର-୬କୁ ଉନ୍ନୀତ ହେବେ ।  ସୁପର-୬ରେ ୨ଟି ଗ୍ରୁପ୍‌ରେ ୧୨ଟି ଦଳ  ପ୍ରତିଦ୍ୱନ୍ଦ୍ୱିତା କରିବେ । ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ  ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସେମି  ଫାଇନାଲ୍‌ରେ ପ୍ରବେଶ କରିବେ । ଆଗାମୀ ଜାନୁଆରୀ ୩୧ ତାରିଖରେ ଉଭୟ ସେମି  ଫାଇନାଲ୍‌ ଏବଂ ଫେବ୍ରୁଆରୀ ୨ ତାରିଖରେ  ଫାଇନାଲ୍‌ ଖେଳାଯିବ । 

ସୂଚନାଯୋଗ୍ୟ, ପ୍ରଥମ ସଂସ୍କରଣର ଫାଇନାଲ୍‌ରେ  ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ  ହରାଇ ଭାରତ ଚାମ୍ପିଅନ୍‌ ହୋଇଥିଲା । ଚଳିତ ଥର ଯୁବା ଅଲରାଉଣ୍ଡର  ନିକି ପ୍ରସାଦ ଭାରତୀୟ ଦଳର ନେତୃତ୍ୱ  ନେବେ । ତାଙ୍କ ଅଧିନରେ ଦଳ ଗତ  ଏସିଆ କପ୍‌ରେ ଚାମ୍ପିଅନ୍‌ ହୋଇଥିଲା ।  ଅନ୍ୟ ଅଲରାଉଣ୍ଡର ସାନିକା ଚଲ୍‌କେ  ଉପଅଧିନାୟିକା ଦାୟିତ୍ୱ ନିର୍ବାହ କରିବେ । 

ଭାରତୀୟ ଦଳ: ନିକି ପ୍ରସାଦ  (ଅଧିନାୟିକା), ସାନିକା ଚଲକେ (ଉପ  ଅଧିନାୟିକା), ଗଙ୍ଗୋଦି ତ୍ରିଶା, ଜି. କମଳିନୀ,  ଭବିକା ଆହିରେ, ଈଶ୍ୱରୀ ଆୱାସାରେ,  ମିଥିଳା ବିନୋଦ, ଭିଜେ ଯୋଶିତା, ସୋନମ  ଯାଦବ, ପାରୁଣିକା ସିସୋଦିଆ, କେଶରୀ  ଦ୍ରିତି, ଆୟୂଷୀ ଶୁକ୍ଳା, ଆନନ୍ଦିତା କିଶୋର,  ଏମ୍‌ଡି ସବନମ୍‌, ବୈଷ୍ଣବୀ ଶର୍ମା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.