ବିଶାଖାପଟ୍ଟନମ,୨୬/୧୦: ଆଜି ବିଶାଖାପଟ୍ଟନମ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଲିଗ  ମ୍ୟାଚ୍‌ ଖେଳାଯିବ । ନ୍ୟୁଜିଲାଣ୍ଡ ସେମି ଫାଇନାଲ୍‌ ଦୌଡ଼ରୁ ବାଦ  ପଡ଼ି ସାରିଛି। ତେଣୁ ବିଜୟ ସହ ସମ୍ମାନ ବଞ୍ଚାଇବାକୁ ଦଳ ଉଦ୍ୟମ କରିବ । ଇଂଲଣ୍ଡ ଦଳ ଚମତ୍କାର ଫର୍ମରେ ରହିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ଶୋଫି ଡିଭାଇନ୍‌, ସୁଜି ବେଟ୍ସଙ୍କ ଭଳି ମହାନ ତାରକା ବିଶ୍ୱକପର ଶେଷ ମ୍ୟାଚ୍‌ ଖେଳିବେ । ଉଭୟ ଅବସର ନେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ତେଣୁ ଦର୍ଶକଙ୍କ  ନଜର ସେମାନଙ୍କ ପ୍ରଦର୍ଶନ ଉପରେ ନ୍ୟସ୍ତ ରହିବ । ଇଂଲଣ୍ଡର ପଲା ଭାରି ରହିଥିଲେ ହେଁ ନ୍ୟୁଜିଲାଣ୍ଡ ଅଲ୍‌ରାଉଣ୍ଡ  ପ୍ରଦର୍ଶନ କରିବାରେ ସିଦ୍ଧହସ୍ତ । 

ନାତାଲି ସ୍କିଭର-ବ୍ରଣ୍ଟ, ହିଥର  ନାଇଟ୍‌, ଶୋଫି ଏକ୍ଲେଷ୍ଟୋନ  ପ୍ରମୁଖ ଚମତ୍କାର ଫର୍ମରେ  ରହିଛନ୍ତି । ତଥାପି ଲିନସେ  ସ୍ମିଥ୍‌ଙ୍କ ଯାଦୁକରୀ ସ୍ପିନ୍‌ ବୋଲିଂ  ପ୍ରତି ନ୍ୟୁଜିଲାଣ୍ଡକୁ ସତର୍କ ରହିବାକୁ ହେବ । ଏସିଏ-ଭିଟିସିଏ  ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ଏଠାରେ  ସ୍ପିନରମାନେ ପିଚ୍‌ର ଭରପୁର ଫାଇଦା ଉଠାଇ ପାରିବେ ।  ଦିନରେ ମ୍ୟାଚ୍‌ ରହିଥିବାରୁ ଟସ୍‌ ସେଭଳି ଗରୁତ୍ୱ ରଖିବ ନାହିଁ ।  ତଥାପି ରବିବାର ବିଶାଳ ସ୍କୋର ହେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଇଂଲଣ୍ଡ: ତାମି ବ୍ୟୁମୋଣ୍ଟ, ଆମି ଜୋନ୍ସ, ହିଥର ନାଇଟନାତାଲି ସ୍କିଭର-ବ୍ରଣ୍ଟ (ଅଧିନାୟିକା), ଶୋଫିଆ ଡଙ୍କଲି, ଏମା  ଲାମ୍ବ, ଆଲିସ କ୍ୟାପସି, ଚାର୍ଲି ଡିନ, ଶୋଫି ଏକ୍ଲେଷ୍ଟୋନଲିନସେ ସ୍ମିଥ, ଲାଉରେନ ବେଲ । 

ନ୍ୟୁଜିଲାଣ୍ଡ: ସୁଜି ବେଟ୍ସ, ଜର୍ଜିୟା ପ୍ଲିମର, ଆମେଲିଆ କେରଶୋଫି ଡିଭାଇନ (ଅଧିନାୟିକା), ବ୍ରୁକ ହାଲିଡେ, ମାଡି ଗ୍ରୀନଇସାବେଲା ଗେଜ, ଜେସ କେର/ରୋଜମେରୀ ମାଇର, ଲି  ତାହୁହୁ, ଏଡେନ କାର୍ସନ, ବ୍ରି ଇଲିଂ ।