ମୁମ୍ବାଇ,୨୫/୦୩: ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ  କରାଯାଇଛି । ଭାରତ ଏଥର ଦିନିକିଆ  ବିଶ୍ୱକପ୍‌ ଆୟୋଜନ କରିବ । ସେପ୍ଟେମ୍ବର ଶେଷ ସପ୍ତାହରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ  ନଭେମ୍ବର ପ୍ରଥମ ସପ୍ତାହରେ ଶେଷ ହେବ ।  ମହିଳା ଦିନିକିଆ ବିଶ୍ୱକପ୍‌ରେ ମୋଟ୍‌ ୮ଟି  ଦଳ ଭାଗ ନେବେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ  ୫ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି । ଇନ୍ଦୋର,  ବିଶାଖାପଟ୍ଟନମ, ଥିରୁଅନନ୍ତପୁରମ,  ଗୌହାଟୀ ଓ ମୁଲନପୁରରେ ସମସ୍ତ  ମ୍ୟାଚ୍‌ ଖେଳାଯିବ । ପାକିସ୍ତାନ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କଲେ ଆଉ ଏକ ନୀରପେକ୍ଷ ଭେନ୍ୟୁ ଚୟନ କରାଯିବ ।

ବିସିସିଆଇ ଓ ପାକ୍‌ କ୍ରିକେଟ୍‌ ବୋର୍ଡ ମଧ୍ୟରେ  ୨୦୨୪-୨୭ କ୍ରିକେଟ୍‌ ବର୍ଷ ପାଇଁ ଚୁକ୍ତି  କରାଯାଇଛି । ଉଭୟ ଦେଶ ମଧ୍ୟରୁ କୌଣସି ଦେଶ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ  କଲେ ଅନ୍ୟ ଦେଶର ଦଳ ପାଇଁ ନୀରପେକ୍ଷ  ଭେନ୍ୟୁ ପ୍ରସ୍ତୁତ କରିବ । ଗତ ଆଇସିସି  ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ନହେବା ଫଳରେ ଉଭୟ ବୋର୍ଡ ମଧ୍ୟରେ ଏହି ଚୁକ୍ତି  ସ୍ୱାକ୍ଷର କରାଯାଇଥିଲା।