ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ସନ୍ଧ୍ୟାରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ, ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

Published By : Prameya | October 4, 2024 10:42 AM

ସାରଜା,୦୪/୧୦: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍‌ ଏ’ରେ ଶୁକ୍ରବାର ଭାରତ-  ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଭାରତୀୟ  ସମୟ ସନ୍ଧ୍ୟା ୭.୩୦ ମିନିଟ୍‌ରେ ଖେଳ ଆରମ୍ଭ ହେବ । ଉଭୟ  ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରି ସମ୍ପ୍ରତି ଚମତ୍କାର ଫର୍ମରେ ରହିଥିବା ପ୍ରମାଣ କରିଛି । ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ  ୱେଷ୍ଟ ଇଣ୍ଡିଜ୍‌କୁ ୨୦ ରନ୍‌ରେ ଓ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ  ଆଫ୍ରିକାକୁ ୨୮ ରନ୍‌ରେ ହରାଇଥିଲା ହର୍ମନପ୍ରୀତଙ୍କ ଦଳ । 

ନ୍ୟୁଜିଲାଣ୍ଡ ଖେଳିଥିବା ୨ଟି ଅଭ୍ୟାସ ମ୍ୟାଚ୍‌ରୁ ଗୋଟିଏରେ ପରାଜିତ ହୋଇଥିଲା । ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରମାନ୍ୱୟରେ ୧୦ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ପରାଜୟର ସାମ୍ନା  କରିଥିଲା । ବିଶ୍ୱକପ୍‌ ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିଥିବା ନ୍ୟୁଜିଲାଣ୍ଡ ଦଳ ଶୁକ୍ରବାର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି ।  

ଭାରତୀୟ ଦଳ ବେଶ୍‌ ସନ୍ତୁଳିତ ରହିଛି । ପ୍ରତ୍ୟେକ ଖେଳାଳି ଫିଟ୍‌ ଥିବାରୁ ଦଳର ପଲା ଭାରି ରହିବା ଆଶା କରାଯାଉଛି । ତଥାପି ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ସୋଫି ଡିଭାଇନ୍‌ ଓ ସୁଜି ବେଟ୍ସଙ୍କୁ ସହଳ ଆଉଟ୍‌ କରିବା ଜରୁରି । ଶୁକ୍ରବାର ଟିମ ଇଣ୍ଡିଆ ଓପନର ଶେଫାଳି ବର୍ମା ଓ ନ୍ୟୁଜିଲାଣ୍ଡ ଅଲ୍‌ରାଉଣ୍ଡର  ଆମେଲିଆ କେରଙ୍କ ଉପରେ ନଜର ରହିବ । 

ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ଥିଲେ ହେଁ ରାତ୍ରିରେ ପ୍ରଚୁର କାକର ପଡ଼ିବାର ସମ୍ଭାବନା ରହିଛି । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତ ନେବା ଏକ ପ୍ରକାର ନିଶ୍ଚିତ ।  

ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ,  ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ରିଚା  ଘୋଷ, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, ପୂଜା ବସ୍ତ୍ରାକର, ରେଣୁକା  ସିଂହ, ଅରୁନ୍ଧତୀ ରେଡ୍ଡୀ, ଡି ହେମଲତା, ଆଶା ଶୋଭନା, ରାଧା  ଯାଦବ, ଏସ ସଜନା। 

ନ୍ୟୁଜିଲାଣ୍ଡ: ସୋଫି ଡିଭାଇନ (ଅଧିନାୟିକା), ସୁଜି  ବେଟ୍ସ, ଇଡେନ କାର୍ସନ, ଇସାବେଲା ଗେଜ, ମାଡି ଗ୍ରୀନ୍‌,  ବ୍ରୁକ ହାଲିଡେ, ଫ୍ରାନ ଜୋନାସ, ଲି କାସ୍ପରେକ, ଜେସ କେର,  ଆମେଲିଆ କେର, ରୋଜମେରୀ ମାଇର, ମୋଲି ପେନଫୋଲ୍ଡ,  ଜର୍ଜିୟା ପ୍ଲିମର, ହାନ୍ନା ରେୱେ, ଲି ତାହୁହୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.