ନୂଆଦିଲ୍ଲୀ, ୨୨।୯: ଘର ହେଉ କି ଅଫିସ୍ ଆଜିକାଲି ସବୁ ସ୍ଥାନରେ ଲୋକଙ୍କର ଏସି ନିହାତି ଆବଶ୍ୟକ । ଯଦି କେହି ଘର କିମ୍ୱା ଦୋକାନ, ଅଫିସ୍ରେ ଏସି ଲଗାନାହାନ୍ତି. ତେବେ ଲମ୍ବା ଚଉଡ଼ା ବିଲ୍ ଭରିବା ଏକ ପ୍ରକାର ଥୟ । ପ୍ରଥମତଃ ଘୋଡ଼ା ୬ଟଙ୍କାକୁ ଦାନା ୯ ଟଙ୍କା ପରି । ଅର୍ଥାତ୍, ଏସି କିଣିବା ପରେ ଏହାର ବିଲ୍ ଆକାଶଛୁଆଁ । ଦ୍ୱିତୀୟରେ ବିଦ୍ୟୁତ୍ ଗ୍ରୀଡ୍ ଉପରେ ବଢ଼ୁଥିବା ବୋଝ ଏବଂ ତୃତୀୟରେ ପରିବେଶଗତ କ୍ଷତି । ଏୟାର କଣ୍ଡିସନିଂ ପୃଥିବୀରେ ବଢ଼ୁଥିବା ଉଷ୍ମତାର ଏକ ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ବଡ଼ ପ୍ରଶ୍ନ ହେଉଛି, ଅତିରିକ୍ତ ଖର୍ଚ୍ଚ ଏବଂ ପ୍ରଦୂଷଣ ବିନା ଏସି ଭଳି ଥଣ୍ଡା ପବନ ପାଇପାରିବା କ’ଣ ସମ୍ଭବ ? ଏବେ ଏକ ନୂଆ ପଦ୍ଧତି ବାହାରିଛି ଯାହାର ନାଁ 'ବରଫ' । ଏହି ପ୍ରଯୁକ୍ତିବିଦ୍ୟା ରାତିରେ ବରଫ ସୃଷ୍ଟି କରିବା ପାଇଁ ବିଦ୍ୟୁତ୍ ବ୍ୟବହାର କରେ ଏବଂ ଦିନରେ କୋଠାଗୁଡ଼ିକୁ ଥଣ୍ଡା କରେ । ଫଳରେ ବିଦ୍ୟୁତ୍ ବିଲ୍ରେ ଏକ ଉଲ୍ଲେଖନୀୟ ହ୍ରାସ୍ ଏବଂ ପରିବେଶ ଅନୁକୂଳ ମଧ୍ୟ । ଆସନ୍ତୁ ଏହି ପ୍ରଯୁକ୍ତିବିଦ୍ୟା ବିଷୟରେ ।
ବଡ଼ ସଞ୍ଚୟ: ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ, ଗୋଟିଏ ରୁମ୍ ସମ୍ପୂର୍ଣ୍ଣ ଥଣ୍ଡା ହେବା ପାଇଁ ଏହାର ମୋଟ୍ ବିଦ୍ୟୁତ୍ ଶକ୍ତିର ୨୦% ବ୍ୟବହାର କରେ । ବରଫ ବ୍ୟାଟେରୀ ଏହି ଖର୍ଚ୍ଚକୁ ଏକ ତୃତୀୟାଂଶ ପର୍ଯ୍ୟନ୍ତ ହ୍ରାସ କରିପାରିବ ।
ଜଳବାୟୁ ପାଇଁ ଭଲ: ଗ୍ରୀଷ୍ମ ଋତୁରେ ସମସ୍ତେ ଏସି ବ୍ୟବହାର କରୁଥିବା ବେଳେ ବିଦ୍ୟୁତ୍ କମ୍ପାନୀଗୁଡ଼ିକ ମହଙ୍ଗା ଏବଂ ପ୍ରଦୂଷଣକାରୀ ପିକର ପ୍ଲାଣ୍ଟ ଚଲାନ୍ତି । ବରଫ ବ୍ୟାଟେରୀ ଏହାକୁ ହ୍ରାସ କରେ । କହିବାକୁ ଗଲେ ଏହି ବରଫ ବ୍ୟାଟେରୀ ପରିବେଶଗତ କ୍ଷତିକୁ ରୋକିବାରେ ସାହାଯ୍ୟ କରେ ।
ଦୀର୍ଘସ୍ଥାୟୀ: ଲିଥିୟମ-ଆୟନ ବ୍ୟାଟେରୀ ପରି, ବରଫ ବ୍ୟାଟେରୀର ରାସାୟନିକ ପଦାର୍ଥ ନଷ୍ଟ ହୁଏ ନାହିଁ । ଏଥିରେ ପାଣିକୁ ବାରମ୍ବାର ବରଫ ଆକାର କରିବା ପାଣିକୁ ତରଳ ଅବସ୍ଥାକୁ ଆଣିହେବ । କେବଳ ପମ୍ପ ଏ ବଲ୍ବକୁ ରକ୍ଷଣାବେକ୍ଷଣ ଆବଶ୍ୟକ ଥାଏ ।
ସୁଲଭ ପ୍ରଯୁକ୍ତିବିଦ୍ୟା: କମ୍ପାନୀଗୁଡ଼ିକ ଦାବି କରନ୍ତି ଯେ, ଦୀର୍ଘକାଳୀନ ଭାବରେ ଆଇସ୍ ବ୍ୟାଟେରୀ ଲିଥିୟମ୍ ବ୍ୟାଟେରୀର ଅଧା ମୂଲ୍ୟରେ କାମ କରେ ।
ଟ୍ରାଏନ୍ ଟେକ୍ନୋଲୋଜି ଭଳି କମ୍ପାନୀଗୁଡ଼ିକ ଦାବି କରନ୍ତି ଯେ, ଆଇସ୍ ବ୍ୟାଟେରୀ ସିଷ୍ଟମ୍ ୪୦% ପର୍ଯ୍ୟନ୍ତ କୁଲିଂ ଖର୍ଚ୍ଚ ହ୍ରାସ କରିପାରିବ । ଏହି ବରଫ ବ୍ୟାଟେରୀ ଆକାର ବଡ଼ ତେଣୁ ଏହାକୁ କେବଳ ବଡ଼ ଅଫିସ୍ ଟାୱାର, ହସ୍ପିଟାଲ ଏବଂ ହୋଟେଲ ଆଦିରେ ଲଗାଯାଉଥିଲା । କିନ୍ତୁ, ଏବେ ଆଇସ୍ ବିୟର ଏବଂ ଆଇସ୍ କ୍ୟୁବ୍ ଭଳି ଛୋଟ ମଡେଲ୍ ଉପଲବ୍ଧ, ଯାହାକୁ ଘର କିମ୍ବା ଛୋଟ ଦୋକାନରେ ଲଗାଯାଇପାରିବ ।