ଭୁବନେଶ୍ୱର,୨୨/୦୫: ଇନ୍‌ଷ୍ଟିଚ୍ୟୁଟ  ଅଫ୍‌ କଷ୍ଟ ଆଣ୍ଡ୍‌ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ  (ଆଇସିଏମ୍‌ଏଆଇ) ପକ୍ଷରୁ ଚଳିତ ମାସ  ୨୩ରୁ ୩ ଦିନ ବ୍ୟାପି ୬୨ତମ ଜାତୀୟ  କଷ୍ଟ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟସ  କନଭେନସନ (ଏନ୍‌ସିଏମ୍‌ଏସି) -୨୦୨୫  ସ୍ଥାନିୟ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨  କନଭେନସନ ଠାରେ ଆୟୋଜିତ ହେବାକୁ  ଯାଉଛି । ଏହି ସମ୍ମିଳନୀରେ ଦେଶ ବିଦେଶର  ୧୨ ଶହ ପ୍ରତିନିଧି, ୩୦ ବିଶେଷଜ୍ଞ ଯୋଗ  ଦେବେ । କାର୍ଯ୍ୟକ୍ରମକୁ ରାଜ୍ୟପାଳ ହରିବାବୁ  କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ  ଦେଇ ଉଦ୍‌ଘାଟନ କରିବେ ବୋଲି ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦିଆଯାଇଛି ।  

ଅନ୍ୟ ଅତିଥିଙ୍କ ମଧ୍ୟରେ କେନ୍ଦ୍ର  ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ,  କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ  ମାଲହୋତ୍ରା, ସାଂସଦ ସୁଜିତ କୁମାର, ସାଂସଦ  ଡ.ରବି ନାରାୟଣ ବେହେରା, ସାଂସଦ ବିଭୁ  ପ୍ରସାଦ ତରାଇ, ଇରେଡା ସିଏମ୍‌ଡି ପ୍ରଦୀପ  କୁମାର ଦାସ ଏବଂ ଏନ୍‌ଏମ୍‌ଡିସି ସିଏମ୍‌ଡି  ଅଭିତାଭ ମୁଖାର୍ଜୀ ଉଦଘାଟନୀ କାର୍ଯ୍ୟକ୍ରମରେ  ଯୋଗ ଦେବେ । ଏଥର ସମ୍ମିଳନୀର ଥିମ  ରହିଛି ଦିବ୍ୟ ଦୃଷ୍ଟି-କର୍ପୋରେଟ ଏକ୍ସିଲେନ୍ସ-ସିଏମ୍‌ଏ ଭିଜନ । ପରିବର୍ତ୍ତିତ ସ୍ଥିତିରେ  କଷ୍ଟ ଆଣ୍ଡ୍‌ ମ୍ୟାନେଜମେଣ୍ଟ କ୍ଷେତ୍ର ସାମ୍ନାରେ  ରହିଥିବା ଚ୍ୟାଲେଞ୍ଜିଂ ଦିଗ, ନୂଆ ସୁଯୋଗ  ଏବଂ ପରିସର ଉପରେ ଏହି ଅବସରରେ  ବିଶେଷଜ୍ଞ ମାନସ ମନ୍ଥନ କରିବେ । ଏଥିରେ  ଟୋଟାଲ କଷ୍ଟ ମ୍ୟାନେଜମେଣ୍ଟ, ପର୍ପେଚୁଆଲ  କଷ୍ଟ ମ୍ୟାନେଜମେଣ୍ଟ, ପ୍ରତ୍ୟକ୍ଷ ଏବଂ  ପରୋକ୍ଷ ଟିକସ, ଆର୍ଥିକ ଠକେଇ, ଏଆଇ  ବ୍ୟବହାର, ସିଏମ୍‌ଏ ଲିଡର ମିଟ୍‌ ଏଥିରେ ସାମିଲ ରହିବ । ଏହି ଅବସରରେ ସଭାପତି  ବିଭୁତି ଭୂଷଣ ନାୟକ, ଉପସଭାପତି  ଟିସିଏ ଶ୍ରୀନିବାସ ପ୍ରଶାଦ, ଇଆଇଆର୍‌ସି ସେକ୍ରେଟାରୀ ଦାମୋଦର ମିଶ୍ର, ଇସିଏମ୍‌  ସିଆର୍‌ ଚାଟାର୍ଜୀ, ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ  ରମେଶ ଚନ୍ଦ୍ର ପାତ୍ର, ଡିପି ନନ୍ଦୀ, ଭୁବନେଶ୍ୱର  ଚାପ୍ଟର ସମ୍ପାଦକ ବରଦା ପ୍ରଶାଦ ନାୟକ  ଉପସ୍ଥିତ ଥିଲେ।