ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବଜାରରୁ ନକଲି ଆଲମଣ୍ଡ କିଣୁନାହାନ୍ତି ତ ? କିଣିବା ପୂର୍ବରୁ ଭଲକରି କରି ଯାଞ୍ଚ କରିନିଅନ୍ତୁ, ନହେଲେ...

Published By : Swapna Ray | November 16, 2024 5:03 PM

ଭୁବନେଶ୍ୱର, ୧୬।୧୧: ଆଜିକାଲି ବଜାରରେ ଅଧିକାଂଶ ଭେଜାଲ ସାମଗ୍ରୀ ବିକ୍ରି ହେଉଛି । ଏଥିରୁ କେଉଁଟି ଅସଲି ବା ନକଲି ଚିହ୍ନିବା କାଠିକର ପାଠ । ତେବେ ବଜାରରୁ ସମସ୍ତେ ଡ୍ରାଏ ଫ୍ରୁଟ୍ସ କିଣିଥାଉ । ଆଲମଣ୍ଡରୁ ଫାଇବର, ପ୍ରୋଟିନ୍, ଆଇରନ୍, ମାଗ୍ନେସିୟମ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ମିଳିଥାଏ । ନିୟମିତ ଏହାକୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଏ । ଏହା ଡାଇବେଟିସ୍, ତ୍ୱଚାରୁ ନେଇ ହାଡ଼ ଶକ୍ତ କରିଥାଏ । ଏବେ ବଜାରରେ ମିଳୁଛି ନକଲି ଆଲମଣ୍ଡ । ତେବେ ଆପଣ ବଜାରରୁ ଏତେ ଟଙ୍କା ଦେଇ ଆଣୁଥିବା ଆଲମଣ୍ଡ ଅସଲି ନା ନକଲି କେମିତି ଚିହ୍ନିବେ ? ଆସନ୍ତୁ ଜାଣିବା କିଛି ସରଳ ଟିପ୍ସ । 

ନକଲି ଆଲମଣ୍ଡରେ ମିଶାଯାଉଛି କ୍ଷତିକାରକ ପଦାର୍ଥ ?

ନକଲି ଆଲମଣ୍ଡ ପ୍ରସ୍ତୁତ କରିବା ଲାଗି ହାଇଡ୍ରୋଜେନ୍ ପେରୋକସାଇଡ୍ ଏବଂ ବ୍ଲିଚିଂ ଭଳି ହାନିକାରକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ସାବସ୍ତ୍ୟ ହୋଇଥାଏ । ଅସଲି ଆଲମଣ୍ଡ ସେବନ ପେଟ ସମ୍ୱନ୍ଧୀୟ ସମସ୍ୟା ଲାଗି ଲାଭଦାୟକ ହୋଇଥିବା ବେଳେ ନକଲି ଆଲମଣ୍ଡ ପେଟ ଏବଂ ଯକୃତ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । 

କ୍ୟାନସରର କାରଣ :

ମିଶ୍ରିତ ବା ନକଲି ଆଲମଣ୍ଡ ଖାଇବା ଫଳରେ ଶରୀରରେ ବିଷାକ୍ତ ତତ୍ତ୍ୱ ବୃଦ୍ଧି ପାଇଥାଏ । ଫଳରେ ହରମୋନ୍‌ର ସନ୍ତୁଳନ ବିଗିଡ଼ିଯାଇଥାଏ । ଏହାଦ୍ୱାରା କ୍ୟାନସର ହେବାର ବିପଦ ବୃଦ୍ଧି ପାଇଥାଏ । ଏହା ବୃକକ୍ ଏବଂ ଯକୃତ ପାଇଁ କ୍ଷତିକାରକ ହୋଇଥାଏ । 

ରଙ୍ଗରୁ ଚିହ୍ନିହେବ ଅସଲି କି ନକଲି ?

ଅସଲି ଏବଂ ନକଲି ଆଲମଣ୍ଡ ରଙ୍ଗରେ ବହୁତ ଫରକ ଥାଏ । ଅସଲି ଆଲମଣ୍ଡ ହାଲକା ବାଦାମୀ ରଙ୍ଗର ହୋଇଥିବା ବେଳେ ନକଲି ଆଲମଣ୍ଡ ଗାଢ଼ ବାଦାମୀ ରଙ୍ଗର ହୋଇଥାଏ । 

ପାଣି ବ୍ୟବହାର କରି ଜାଣିହେବ କେଉଁଟି ଅସଲି ଓ ନକଲି :

ଏକ ଗ୍ଲାସ୍ ପାଣିରେ କିଛି ଆଲମଣ୍ଡ ପକାନ୍ତୁ । ଯଦି ଏହା କିଛି ସମୟପରେ ବୁଡ଼ିଯାଏ, ତେବେ ଏହା ଅସଲି । ନକଲି ଆଲମଣ୍ଡ ପାଣିରେ ଭାସିଥାଏ । 

କାଗଜ ବ୍ୟବହୃତ କରି ଜାଣିପାରିବେ :

ଅସଲି ଏବଂ ନକଲି ଆଲମଣ୍ଡକୁ ଚିହ୍ନିବା ଲାଗି କାଗଜ ବ୍ୟବହାର କରିପାରିବେ । ଏଥିଲାଗି କାଗଜରେ ବାଜଦାମକୁ ଗୁଡ଼ାଇ ଭାଙ୍ଗନ୍ତୁ । ଅସଲି ଆଲମଣ୍ଡ ଥିଲେ ତା ଦେହରୁ ତେଲ ବାହାରିବ । ଯାହାକି କାଗଜରେ ନଜର ଆସିବ । ସେହିଭଳି ନକଲି ଆଲମଣ୍ଡରୁ ତେଲ ବାହାରିବ ନାହିଁ । 

ବାସ୍ନା ଏବଂ ସ୍ୱାଦ :

ଅସଲି ଆଲମଣ୍ଡକୁ ଭାଙ୍ଗି ଶୁଙ୍ଘିଲେ ଭଲ ବାସ୍ନା ବାସିଥାଏ । ନକଲି ଆଲମଣ୍ଡରୁ କିଛି ବାସ୍ନା ଆସିନଥାଏ । ଅସଲି ଆଲମଣ୍ଡ ଖାଇବାକୁ ମିଠା ଲାଗୁଥିବା ବେଳେ ନକଲି ଆଲମଣ୍ଡ ଖାଇବାକୁ କଷା ଲାଗିବ । 

ସବୁଠାରୁ ସହଜ ଉପାୟ :

ଅସଲି ଏବଂ ନକଲି ଆଲମଣ୍ଡ ଚିହ୍ନିବା ଲାଗି ସବୁଠାରୁ ସହଜ ଉପାୟ ହେଲା ଆପଣ ରାତିରେ ଗୋଟିଏ ପାତ୍ରରେ ମୁଠାଏ ଆଲମଣ୍ଡ ପକାନ୍ତୁ । ସକାଳୁ ପାଣିରୁ ବାହାର କରି ଏହାର ଚୋପାକୁ ବାହାର କରିଦିଅନ୍ତୁ । ପ୍ରାକୃତିକ ଆଲମଣ୍ଡର ଚୋପା ସହଜରେ ବାହାରିଯାଏ । ଏହାପରେ ପାଣିର ରଙ୍ଗ ଦେଖନ୍ତୁ । ଯଦି ପାଣିର ରଙ୍ଗ ସଫା ତେବେ ଆଲମଣ୍ଡ ଅସଲି । ନଚେତ୍ ଆଲମଣ୍ଡରେ କେମିକାଲ ବ୍ୟବହାର କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.