ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ ଦେଇଥିବା ଏକ ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ନିଜର ୟୁଟ୍ୟଉବ୍ ଚ୍ୟାନେଲରେ ଆଲୋଚନା ସମୟରେ କହିଛନ୍ତି କି, ଯେଉଁ ବୋଲର ୪ ଓଭର ବୋଲିଂ କରିବାରେ ଅସମର୍ଥ ହେଉଛି ତାଙ୍କର ପଇସା କଟାଯାଉ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସବୁ ପ୍ରକାଶ ପାଉଛି ।

ରସେଲଙ୍କ ବଦଳରେ କେକେଆର ନିଜ ଦଳରେ କଙ୍ଗାରୁ ଦଳର ଷ୍ଟାର ଅଲରାଉଣ୍ଡର କେମରୁନ୍ ଗ୍ରୀନଙ୍କୁ ଦଳରେ ସାମିଲ୍ କରିଛି । ଆଇପିଏଲ ୨୦୨୬ ମିନି ଅକ୍ସନରେ ତାଙ୍କ ୨୫.୨୦ କୋଟି ଟଙ୍କାରେ ଦଳରେ ସାମିଲ୍ କରିଛି । ସେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଦଳ ରସେଲଙ୍କ ଭଳି ତାଙ୍କ ଉପରେ ଅନେକ ଭରସା କରି ସାମିଲ୍ କରିଛି । ତେବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଗ୍ରୀନ୍ । ଆହତ ପରେ ପୁଣିଥରେ ମଇଦାନକୁ ଓହ୍ଲାଇଥିବାବେଳେ ଯନ୍ତ୍ରଣା ପାଇଁ ସେ ୪ ଓଭର ବୋଲିଂ କରିବା କଷ୍ଟ ଅନୁଭବ କରୁଛନ୍ତି ।

ଏପରିକି ଅଷ୍ଟେ୍ରଲିଆ ତାଙ୍କୁ ମଝିରେ ମଝିରେ ବୋଲିଂ ଦେଉଥିଲା । କେବଳ ବ୍ୟାଟିଂରେ ତାଙ୍କୁ ବ୍ୟବହାର କରୁଥିଲା । ପିଠି ଯନ୍ତ୍ରଣାରେ ଜୁଝି ହେଉଥିବା ଗ୍ରୀନ ବୋଲିଂ କରିବେ ବୋଲି ପୂର୍ବରୁ ଦଳ ତାଙ୍କୁ କିଣିଥିବାବେଳେ ଏବେ କିଭଳି ବ୍ୟବହାର କରିବ ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ବିନୀ କହିଛନ୍ତି କି, ଯେଉଁ ବୋଲର ନିଜର କୋଟା ୪ ଓଭର ପୂରଣ କରିପାରିବେ ନାହିଁ ତାଙ୍କର ପଇସା କାଟିବା ଦରକାର । ନିଲାମ ସମୟରେ ଦଳ ତାଙ୍କ ଉପରେ ଅନେକ ଭରସା କରି ଦଳରେ ସାମିଲ କରନ୍ତି । ପରେ କିନ୍ତୁ ଏଭଳି ହେଲେ ଦଳ କ୍ଷତି ସହିବ । ଏଣୁ ପଇସା କାଟିବା ନିହାତି ଜରୁରୀ ବୋଲି ନିଜର ମନ୍ତବ୍ୟ ରଖିଛନ୍ତି ।

ଅଶ୍ବିନୀ କହିଛନ୍ତି କି, ଅତି କମରେ ଦୁଇ କୋଟି ଟଙ୍କା କମ୍ ଦେବା ଦରକାର । କାରଣ ଏତେ ଟଙ୍କାରେ ଦଳ ତାଙ୍କୁ କିଣିଥିବାବେଳେ ଯଦି ସେ କହିବେ ମୁଁ କେବଳ ଗୋଟିଏ ଓଭର ବୋଲିଂ କରିବି ତାହେଲେ ଫ୍ରାଞ୍ଚାଇଜକୁ କେମିତି ଲାଗିବ । ଯଦି କୌଣସି ପ୍ରତିବନ୍ଧକ ନଥାଏ ତାହେଲେ ପଇସା କାଟିବା ଦରକାର ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଯାହାକୁ ନେଇ ଅନେକ ୟୁଜର୍ସ ତାଙ୍କ ସପକ୍ଷରେ ମଧ୍ୟ କମେଣ୍ଟ କରୁଥିବାବେଳେ ଆଉ କିଛି ଏହାକୁ ନାପସନନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : ଦ୍ରୁତ ବୋଲରଙ୍କ ଚିନ୍ତାରେ KKR, ଏବେ କ’ଣ କରିବ ଫ୍ରାଞ୍ଚାଇଜ୍ ?