ନୂଆଦିଲ୍ଲୀ,୧୫/୦୫; ଟିମ୍ ଇଣ୍ଡିଆ ପୂର୍ବ ଅଧିନାୟକ ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । କୋହଲି ୧୨ ମ୍ୟାଚରେ ୫୩.୭୭ ହାରରେ ୪୮୪ ରନ୍ କରିଛନ୍ତି । ଅରେଞ୍ଜ କ୍ୟାପ ରେସରେ ମଜବୁତ ସ୍ଥିତିରେ ଅଛନ୍ତି । କୋହଲିଙ୍କ ପ୍ରଦର୍ଶନ ସହିତ ଆରସିବି ୧୬ ପଏଣ୍ଟ ସହ ଟେବୁଲର ଟପରେ ରହିଛି । ଆଇପିଏଲ ଭିତରେ ବିରାଟ କୋହଲି ଏକ ସାକ୍ଷାତକାର ଦେଇଛନ୍ତି । ଯେଉଁଥିରେ ସେ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ନେଇ ନୀରବତା ଭାଙ୍ଗିଛନ୍ତି । ବଡ଼ ବୟାନ ଦେଇ ବିରାଟ କୋହଲି କହିଛନ୍ତି, ସେ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ଚାହାନ୍ତି । ମାତ୍ର ଏ ନେଇ ଏକ ସର୍ତ୍ତ ଅଛି । ମୋତେ ବାରମ୍ବାର ନିଜକୁ ପ୍ରମାଣ ଦେବାକୁ ଅନୁଭବ ନହେବା ଦରକାର । ଯଦି ଏତେ ପରିଶ୍ରମ ପରେ ବି ଯୋଗ୍ୟତା ଏବଂ ଦକ୍ଷତାର ପ୍ରମାଣ ଦେବାକୁ ପଡେ ତେବେ ସେହି ସ୍ଥାନ ମୋ ପାଇଁ ନୁହେଁ । '' ବୟାନ ବିରାଟ କୋହଲି ବିସିସିଆଇକୁ ଏକ ପ୍ରକାର କଡା ମେସଜ ଦେଇଥିବା କୁହାଯାଉଛି ।

ଟିମ୍ ଇଣ୍ଡିଆ ଷ୍ଟାର ଖେଳାଳି ଦିନିକିଆ ବିଶ୍ୱକପ ୨୦୨୭ ଖେଳିବାକୁ ନେଇ ମୁହଁ ଖୋଲିଛନ୍ତି । ଟେଷ୍ଟ ଏବଂ ଟି-ଟ୍ୱେଣ୍ଟିରୁ ଅବସର ନେବା ପରେ କୋହଲି ଆଇପିଏଲ ଛଡ଼ା ଦିନିକିଆ ଖେଳୁଛନ୍ତି । କୋହଲିଙ୍କ ଫର୍ମକୁ ନେଇ ପ୍ରାୟତଃ ପ୍ରଶ୍ନ ଉଠେ । ସମୟ ସମୟରେ ପ୍ରଶ୍ନ ଉଠେ କି ସେ ୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ । RCB ପୋଡକାଷ୍ଟରେ ବିରାଟ କୋହଲି କହିଛନ୍ତି, ସେ ମୂଲ୍ୟବାନ ଅନୁଭବ କରନ୍ତି ଏବଂ ଏକ ଦଳ କିମ୍ବା ପରିବେଶରେ ଯୋଗଦାନ ଦେଇପାରନ୍ତି, ତେବେ ସେ ଖେଳିବାକୁ ଇଚ୍ଛୁକ; ନଚେତ୍, "ସେ ସେହି ପଦବୀରେ ରହିବେ ନାହିଁ । ମୋର ଆଭିମୁଖ୍ୟ ବହୁତ ସ୍ପଷ୍ଟ । ଯଦି ମୁଁ ଯେଉଁ ଦଳ କିମ୍ବା ପରିବେଶର ଅଂଶ, ସେଥିରେ ଯୋଗଦାନ ଦେଇପାରିବି ଏବଂ ଯଦି ସେହି ଦଳ ମଧ୍ୟ ଅନୁଭବ କରେ ଯେ ମୁଁ ଯୋଗଦାନ ଦେଇପାରିବି, ତେବେ ମୁଁ ନିଶ୍ଚିତ ଭାବରେ ଖେଳିବି । କିନ୍ତୁ ଯଦି ମୋତେ ଏପରି ଅନୁଭବ କରାଯାଏ ଯେ ମୋତେ ମୋର ଯୋଗ୍ୟତା ଏବଂ ଗୁରୁତ୍ୱ ପ୍ରମାଣ କରିବାକୁ ପଡିବ, ତେବେ ମୁଁ ସେହି ପଦବୀରେ ରହିବି ନାହିଁ । କାରଣ ମୁଁ ମୋର ପ୍ରସ୍ତୁତି ପ୍ରତି ସମ୍ପୂର୍ଣ୍ଣ ସଚ୍ଚୋଟ ।"

କୋହଲି ଆହୁରି କହିଛନ୍ତି, ୨୦୨୭ ଦିନିକିଆ ବିଶ୍ୱକପ କଥା କହିବାକୁ ଗଲେ, ସତ କହିବାକୁ ଗଲେ, ଆମେ ଏବେ ବି ୨୦୨୬ର ମଧ୍ଯଭାଗରେ ଅଛୁ । ମୋତ ଅନେକ ଥର ପଚରାଯାଇଛି । ତୁମେ କଣ ୨୦୨୭ ବିଶ୍ୱକପ ଖେଳିବାକୁ ଚାହୁଁଛି ? ମୁଁ ସମ୍ପୂର୍ଣ୍ଣ ସମର୍ପିତତାର ସହିତ କଠିନ ପରିଶ୍ରମ କରେ । ମୋ କ୍ରିକେଟ କ୍ୟାରିୟରରେ ସେ ମୋତେ ଯାହା ଦେଇଛନ୍ତି ସେଥିପାଇଁ ମୁଁ ଭଗବାନଙ୍କ ନିକଟରେ ବହୁତ କୃତଜ୍ଞ । ମୁଁ ଏହି ସୁଯୋଗ ପାଇଁ ବହୁତ ଭାଗ୍ୟବାନ ଏବଂ କୃତଜ୍ଞ ମନେ କରୁଛି । ଯେତେବେଳେ ମୁଁ ଖେଳିବାକୁ ପଡ଼ିଆକୁ ଯାଏ, ମୁଁ ସମ୍ପୂର୍ଣ୍ଣ ଏକାଗ୍ରତା ଏବଂ ସମର୍ପିତତାର ସହିତ ଖେଳେ । ମୁଁ ଅନ୍ୟ ଯେକୌଣସି ଖେଳାଳିଙ୍କ ପରି କଠିନ ପରିଶ୍ରମ କରେ, ହୁଏତ ଆହୁରି ଅଧିକ । ମୁଁ ଖେଳକୁ ସଠିକ୍ ଉପାୟରେ ଖେଳେ ।

ଏହା ବି ପଢନ୍ତୁ...IPL 2026: ପଞ୍ଜାବ ଉପରେ ବିପଦ ଖଣ୍ଡା; ପ୍ଲେ ଅଫ୍ ଆଶାକୁ ଝଟକା, କିପରି କ୍ୱାଲିଫାଏ କରିବ ଶ୍ରେୟସଙ୍କ କିଙ୍ଗସ୍ ?  


ବିରାଟ କୋହଲି ନିଜକୁ ଶ୍ରେଷ୍ଠ  ଦିନିକିଆ ବ୍ୟାଟର ଭାବରେ ପ୍ରତିଷ୍ଠିତ କରିଛନ୍ତି। ସେ ୩୧୧ ମ୍ୟାଚ୍‌ରେ ୨୯୯ ଇନିଂସରେ ୫୮.୭୧ ହାରରେ ଏବଂ ୯୩.୮୨ ଷ୍ଟ୍ରାଇକ୍ ରେଟ୍ ସହିତ ୧୪,୭୯୭ ରନ୍ କରିଛନ୍ତି, ଯେଉଁଥିରେ ୫୪ ଶତକ ଏବଂ ୭୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ।