ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଭାରତର ପ୍ରଚଣ୍ଡ ପ୍ରହାର ଦେଖି ଡରିଲାଣି ପାକିସ୍ତାନ, କହିଲା- ଆକ୍ରମଣ ରୋକିଲେ ଆମେ ପଛକୁ ହଟିବାକୁ ପ୍ରସ୍ତୁତ ...

Published By : Prameya | May 10, 2025 2:55 PM

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ମଧ୍ୟରେ ପାକ୍ ବୈଦେଶିକମନ୍ତ୍ରୀ ଇଶାକ୍ ଡାରଙ୍କ ବଡ଼ ବୟାନ। ସେ କହିଛନ୍ତି, ଯଦି ଭାରତ କୌଣସି ଆକ୍ରମଣ ନକରେ ତେବେ ପାକିସ୍ତାନ ମଧ୍ୟ ସ୍ଥିତି ଶାନ୍ତ କରିବା ନେଇ ବିଚାର କରିବ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଯଦି ଆକ୍ରମଣ କରେ, ତେବେ ଆମର ପାଲଟା ଜବାବ୍ ନିଶ୍ଚୟ ଆସିବ। ଡାର ପାକିସ୍ତାନୀ ସମାଚାର ଚ୍ୟାନେଲ ଜିଓ ନ୍ୟୁଜ୍‌କୁ ସାକ୍ଷାତକାହର ଦେଇ ଏହା କହିଛନ୍ତି। ଡାର୍ କହିଛନ୍ତି, ଏବେ ଆମର ଧର୍ଯ୍ୟ ମଧ୍ୟ ଧିରେ ଧିରେ ଭାଙ୍ଗିବାରେ ଲାଗିଛି। ଯଦି ଭାରତ ଆକ୍ରମଣ ବନ୍ଦ କରେ ତେବେ ଆମେ ବନ୍ଦ କରିବ ଉପରେ ବିଚାର କରିପାରୁ।’

ଡାର ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ବାର୍ତ୍ତା ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋଙ୍କୁ ଦେଇଛନ୍ତି। ଯେତେବେଳେ ରୁବିୟୋ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ କଥା ହେବାର ପାଇଁ ଦୁଇଘଣ୍ଟା ପରେ ତାଙ୍କୁ କଲ୍ କରିଥିଲେ। ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନର ପିଓକେର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିଲେ। ଏହି ପାଲଟା ଆକ୍ରମଣ ୨୨ ଏପ୍ରିଲରେ ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ପରେ କରାଯାଇଥିଲା। ଫଳରେ ୨୬ ଜଣଙ୍କର ଜୀବନ ଚାଲିଯାଇଥିଲା। ଡାରଙ୍କ ଏହି ନରମ ଆଭିମୁଖ୍ୟ ଆମେରିକାର ଅପିଲ ପରେ ଆସିଛି। 

ଏହା ମଧ୍ୟରେ ଭାରତ ଓ ପାକିସ୍ତାନ ପରସ୍ପରର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଶନିବାର ପାକିସ୍ତାନ ସେନା ନିଜର ସୈନିକଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ପଠାଇ ଦେଇଛି। ଏହା ସହ ସଂଘର୍ଷ ଆହୁରି ବିପଦଜନକ ରୂପ ନେଇଛି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.