ନୂଆଦିଲ୍ଲୀ,୨୨/୧୨: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଚତୁର୍ଥ ଟେଷ୍ଟ ମ୍ୟାଚ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ଏହା ପୂର୍ବରୁ ଭାରତକୁ ଝଟକା ଲାଗିଛି । ଚତୁର୍ଥ ଟେଷ୍ଟରୁ ବାଦ୍ ପଡିବେ ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ । ତାଙ୍କ ସ୍ଥାନରେ ଯଥାକ୍ରମେ ଧ୍ରୁବ ଜୁରେଲ ଓ ଅଭିମନ୍ୟୁ ଇଶ୍ବରନ ଏକାଦଶରେ ଖେଳିପାରନ୍ତି ।

ବିଟିଜି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚି ଏମସିଜିରେ ଅଭ୍ୟାସ କରିଛି । ପ୍ରାକ୍ଟିସ ସମୟରେ ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ଆହତ ହୋଇଛନ୍ତି । ତେଣୁ ଉଭୟ ଚତୁର୍ଥ ଟେଷ୍ଟରୁ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ଯଥାକ୍ରମେ  ଧ୍ରୁବ ଜୁରେଲ ଓ ଅଭିମନ୍ୟୁ ଇଶ୍ବରନଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ଦଳର ଦୁଇ ସିନିୟର ଖେଳାଳି ଆହତ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ରୋହିତଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ରାହୁଲଙ୍କ ହାତରେ ଆଘାତ ଲାଗିଛି । ଆହତ କେତେ ଗମ୍ଭୀର ତାହା ଜଣାପଡିନାହିଁ । ରାହୁଲଙ୍କୁ ରିପ୍ଲେସ କରିବାକୁ ଭାରତ ପାଖରେ ଏକମାତ୍ର ବିକଳ୍ପ ଅଭିମନ୍ୟୁ ଇଶ୍ବରନ ଅଛନ୍ତି । ଘରୋଇ କ୍ରିକେଟରେ ଏହି ଖେଳାଳି ଲଗାତାର ରନ ବନେଇଛନ୍ତି । ତାଙ୍କୁ ଡେବ୍ୟୁର ସୁଯୋଗ ମିଳିନାହିଁ । ସେହିପରି ରୋହିତଙ୍କ ସ୍ଥାନରେ ଧ୍ରୁପ ଜୁରେଲ ଖେଳିବା ନେଇ ଏକମାତ୍ର ବିକଳ୍ପ ଅଛି । ସେ ୧୦୧ ଫାଷ୍ଟ କ୍ଲାସ ମ୍ୟାଚରେ ୭୬୭୪ରନ କରିଛନ୍ତି । ସେଥିରେ ୨୭ ଶତକ ଓ ୨୯ ଅର୍ଦ୍ଧଶିତକ ସାମିଲ ଅଛି ।

ଅଭ୍ୟାସ ସମୟରେ ରୋହିତ ଆହତ ହେବାକୁ ନେଇ ଆକାଶ ଦୀପ କହିଛନ୍ତ, ପ୍ରାକ୍ଟିସ ସମୟରେ ଆହତ ସେବା ସ୍ବାଭାବିକ କଥା । ଏହାକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ । ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳି ନଥିଲେ ମାତ୍ର ଦ୍ବିତୀୟ ଓ ତୃତୀୟ ଟେଷ୍ଟ ଖେଳିଥିଲେ ମାତ୍ର ତାଙ୍କ ବ୍ୟାଟ ଚାଲିନଥିଲା । କେଏଲ ରାହୁଲ ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ଟେଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି । ଭାରତ ପର୍ଥ ଟେଷ୍ଟ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟରେ ବାଜି ମାରି ନେଇଥିଲା । ଗାବାରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ବର୍ଷା ପାଇଁ ଡ୍ର ହୋଇଥିଲା ।