ନୂଆଦିଲ୍ଲୀ,୩୧।୩: ଟ୍ରାଫିକ୍ ଚାଲାଣ ଦରରେ ବୃଦ୍ଧି ପରେ ଏବେ ଆଉ ଏକ ସରକାର ନିୟମ। ନୂତନ ଡ୍ରାଫ୍ଟରେ ପ୍ରସ୍ତାବ ରହିଛି ଯଦି କୌଣସି ବ୍ୟକ୍ତି ଇ-ଚାଲାଣ ପେମେଣ୍ଟ ତିନି ମାସରେ ନଦିଅନ୍ତି ତାଙ୍କର ଲାଇସେନ୍ସ ରଦ୍ଦ କରି ଦିଆଯିବ। ସେଭଳି ବିପଦଜନକ ଡ୍ରାଇଭିଂ ଓ ରେଡ୍ ଲାଇଟ୍ ପାର କରୁଥିବା ଭଳି ତିନୋଟି ଭୁଲ ବର୍ଷକରେ କଲେ ତିନିମାସ ପାଇଁ ଲାଇସେନ୍ସ ଜବତ ହେବ।

ଆହୁରି କଡା କଡି ହେଲା ଟ୍ରାଫିକ୍ ନିୟମ। ଇ-ଚାଲାଣ ତିନି ମାସ ଭିତରେ ନଭରିଲେ ନିଆଯିବ ଆକ୍ସନ। ରଦ୍ଦ କରି ଦିଆଯିବ ଡ୍ରାଇଭିଂ ଲାଇସେନ୍ସ। ସରକାର ଏଭଳି ପ୍ରସ୍ତାବ ଆଣିବା ଉପରେ ଏଥିପାଇଁ ବିଚାର କରୁଛନ୍ତି, କାରଣ ମାତ୍ର ୪୦ % ଲୋକ ଇ-ଚାଲାଣ ଭରିଥାନ୍ତି। ଏଭଳି ସ୍ଥିତିରେ ଚାଲାଣର ରିଭକରୀ ବଢାଇବା ପାଇଁ ନିୟମକୁ କଡା କରିବାର ପ୍ରସ୍ତୁତି ଚାଲିଛି। ସରକାରୀ ସୁତ୍ରର କହିବା ଅନୁସାରେ, ବଡ଼ ପରିମାଣରେ ଚାଲାଣ କଟାଯାଉ ନାହିଁ। ଫଳରେ ଖରାପ ଡ୍ରାଇଭିଂ ଉପରେ ରୋକ ଲଗାଇବାର ଉଦ୍ଦେଶ୍ୟ ପୂରଣ କରିହେବନି। ଏହାଛଡା ଗୋଟିଏ ପ୍ରସ୍ତାବ ମଧ୍ୟ ଏହା ରହିଛି ଯେ, ଯେଉଁ ଲୋକଙ୍କ ଅତି କମ୍ରେ ଦୁଇଟି ଚାଲାଣ ପେଣ୍ଡିଂ ରହିଛି, ତାଙ୍କ ବାହାନର ପ୍ରିମିୟମରେ ବୃଦ୍ଧି କରି ଦିଆଯିବ। ନିକଟରେ ସୁପ୍ରିମକୋର୍ଟ ୨୩ ରାଜ୍ୟ ଓ ୭ କେନ୍ଦ୍ର ଶାସିତ ରାଜ୍ୟକୁ ରିପୋର୍ଟ ମାଗିଥିଲେ ଯେ, ଭେଇକିଲ ଆକ୍ଟ ଅନୁସାରେ, ଟ୍ରାଫିକ୍ ଚାଲାଣ କାଟିବା ଓ ତାକୁ ପରିଶୋଧ କରିବାର ଷ୍ଟାଟସ୍ କ’ଣ ? ଏହି ଆକ୍ଟ ଅନୁସାରେ, ସିସିଟିଭି କ୍ୟାମେରା ଓ ସ୍ପିଡ୍ ଗନ ଲଗାଇବା ଓ ଅଟୋମେଟିକ୍ ନମ୍ବର ପ୍ଲେଟ ରେଜିଷ୍ଟେ୍ରସନ୍ର ସୁବିଧା ଆରମ୍ଭ ହୋଇଛି। ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ସେହି ରାଜ୍ୟ ମଧ୍ୟରେ ରହିଛି, ଯେଉଁଠାରେ ଅଧିକ ଟ୍ରାଫିକ୍ ଚାଲାଣ କଟେ, କିନ୍ତୁ ରିକଭରି ବହୁତ କମ୍ ହୁଏ।

ଦିଲ୍ଲୀରେ ଟ୍ରାଫିକ୍ ଚାଲାଣର ରିକଭରି ମାତ୍ର ୧୪% ରହିଛି। ସେଭଳି ଉତ୍ତର ପ୍ରଦେଶରେ ଏହା ୨୭% ଅଛି। ଓଡିଶାରେ ୨୯%। ଏହାଛଡା ହରିୟାଣା, ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଓ ମଧ୍ୟ ପ୍ରଦେଶରେ ମଧ୍ୟ ଏଭଳି ସ୍ଥିତି ରହିଛି। ସରକାରୀ ସୁତ୍ରର କହିବା ଅନୁସାରେ, ବହୁ କାରଣରୁ ଲୋକେ ଚାଲାଣ ଭରନ୍ତି ନାହିଁ। ବିଳମ୍ବ କରନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିଶୋଧ ନକଲେ କୌଣସି ଜରିମାନାର ନିୟମ ନାହିଁ। ଏହାଛଡା ବହୁଥର ବକେୟା ଚାଲାଣର ସମାଧାନ କରିବାକୁ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋର୍ଟଙ୍କ ଦ୍ବାରସ୍ତ ହୋଥାନ୍ତି। ସେଠାରେ ତାଙ୍କୁ ଛାଡ ମିଳିଯାଏ। ଏଭଳି ସ୍ଥିତିରେ ବହୁବାର ଜାଣିଶୁଣି ଚାଲାନ ଘୁଞ୍ଚାଇ ଦେଇଥାନ୍ତି। ଏଭଳି ବି ବାହନ ରହିଛି, ଯାହା ଉପରେ ୧ ଲକ୍ଷ କିମ୍ବା ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କାର ଚାଲାନ ବକେୟା ରହିଥାଏ। ଏଭଳି ସ୍ଥିତିରେ ସରକାରଙ୍କ ନୂଆ ନିୟମ ଚାଲାଣ ରିକଭରିକୁ ବଢାଇ ଦେବାର ସମ୍ଭାବନା ରହିଛି।