ପ୍ରମୂଖ ଖବର

ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ, ବରିଷ୍ଠ ଆଇଏଫ୍‌ଏସ୍‌ କେ. ଏସ୍‌. ପ୍ରଦୀପଙ୍କୁ ସ୍ୱତନ୍ତ୍ର ସଚିବ ଦାୟିତ୍ୱ

Published By : Prameya | June 13, 2025 9:05 AM

ଭୁବନେଶ୍ୱର,୧୩/୦୬: ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ସ୍ତରରେ  ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ  ଫେରିଥିବା ବରିଷ୍ଠ ଆଇଏଫ୍‌ଏସ୍‌ କେ. ଏସ୍‌. ପ୍ରଦୀପଙ୍କୁ  ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଦାୟିତ୍ୱ  ଦିଆଯାଇଛି । ଶିମିଳିପାଳ ଉତ୍ତର (ବନ୍ୟଜନ୍ତୁ)  ଡିଭିଜନର ଉପନିର୍ଦ୍ଦେଶକ ସାଇ କିରନ ଡିଏନ୍‌ଙ୍କୁ  ମାଲକାନଗିରି(ଟି) ଡିଏଫ୍‌ଓ ଭାବେ ବଦଳି  କରାଯାଇଛି। ତାଙ୍କ ସ୍ଥାନରେ ଫୁଲବାଣୀ (ଟି) ଡିଏଫ୍‌ଓ  ପ୍ରଶାନ୍ତ ପଟେଲ ଶିମିଳିପାଳ ଉତ୍ତର (ବନ୍ୟଜନ୍ତୁ)  ଡିଭିଜନରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।   

ସେହିପରି ୨୦୧୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ପୂର୍ଣ୍ଣିମା  ପାଣ୍ଡିଆନ୍‌ଙ୍କୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)  ପଦବିରୁ ହଟାଯାଇଛି । ସେ ଏବେଠୁ ପିସିସିଏଫ୍‌  କାର୍ଯ୍ୟାଳୟରେ ସିଏଫ୍‌ (ଆଫରେଷ୍ଟେସନ) ଭାବେ  କାର୍ଯ୍ୟ କରିବେ । ସେହି ବ୍ୟାଚ୍‌ ଆଇଏଫ୍‌ଏସ୍‌ ଖୁସୱନ୍ତ  ସିଂଙ୍କୁ ବାଲେଶ୍ୱର ବନଖଣ୍ଡ ଅଧିକାରୀରୁ ସୁନ୍ଦରଗଡ଼  ଡିଏଫ୍‌ଓ ଦାୟିତ୍ୱ ମିଳିଛି । ସୁନ୍ଦରଗଡ଼ ଡିଏଫ୍‌ଓ ତଥା  ୨୦୧୫ ବ୍ୟାଚ୍‌ ଆଇଏଫ୍‌ଏସ୍‌ ମିରାସେ ପି.ଦେବିଦାସଙ୍କୁ  ବଲାଙ୍ଗୀର (ବନ୍ୟଜନ୍ତୁ) ଡିଏଫ୍‌ଓ ଭାବେ ଅବସ୍ଥାପିତ  କରାଯାଇଛି । ପିସିସିଏଫ୍‌(ବନ୍ୟଜନ୍ତୁ) ଜଏଣ୍ଟ ଟାସ୍କ  ଫୋର୍ସରେ ଥିବା ୨୦୧୭ ବ୍ୟାଚ୍‌ ଆଇଏଫ୍‌ଏସ୍‌  ଲାଡେ ଗଜାନନ ଦୟାନନ୍ଦଙ୍କୁ ଖୋର୍ଦ୍ଧା ଡିଏଫ୍‌ଓ  ଭାବେ ବଦଳି କରାଯାଇଛି । ପୁରୀ ଡିଏଫ୍‌ଓ ବିବେକ କୁମାରଙ୍କୁ ପିସିସିଏଫ୍‌ (ବନ୍ୟଜନ୍ତୁ)ର ଡେପୁଟି  ସିଏଫ୍‌ ଦାୟିତ୍ୱ ମିଳିଛି । ତାଙ୍କ ସ୍ଥାନରେ ଦେଓଗଡ଼  ଡିଏଫ୍‌ଓ ଥିବା ୨୦୧୬ ବ୍ୟାଚ୍‌ ମଗର ଧନାଜୀ  ରାଓ ପୁରୀ ଡିଏଫ୍‌ଓ ଭାବେ କାର୍ଯ୍ୟ କରିବେ ।  ମାଲକାନଗିରି ଡିଏଫ୍‌ଓ ପ୍ରତାପ କୋଟାପଲ୍ଲୀଙ୍କୁ  ଫୁଲବାଣୀ ଡିଏଫ୍‌ଓ ଭାବେ ବଦଳି ହୋଇଛି । ୨୦୧୯  ବ୍ୟାଚ୍‌ ପଶ୍ଚିମବଙ୍ଗ କ୍ୟାଡର ଆଇଏଫ୍‌ଏସ ବିପାଶା  ପାରୁଲଙ୍କୁ ଓଡି଼ଶା କ୍ୟାଡରକୁ ବଦଳି ହୋଇଛି । ସେ ଗୁମସାର(ଦକ୍ଷିଣ)ର ଡିଏଫ୍‌ଓ ଭାବେ କାର୍ଯ୍ୟ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.