ଭୁବନେଶ୍ୱର,୦୨/୦୮: ଇନ୍ଦିରାଗାନ୍ଧୀ  ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରେ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି  ଆସନ୍ତା ୧୫ ତାରିଖକୁ ବୃଦ୍ଧି ପାଇଛି । ଏବେ ସମସ୍ତ ପ୍ରୋଗ୍ରାମରେ ନାମଲେଖା ଏବଂ ପୁନଃ  ପଞ୍ଜୀକରଣ ଚାଲିଛି । ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ  ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ  ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ  

ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା  ପାଉଥିବେ, ସେମାନେ ଇଗ୍ନୋ ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ । ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍‌ କିମ୍ବା ଆଞ୍ଚଳିକ କେନ୍ଦ୍ରକୁ ଇ-ମେଲ୍‌ରେ  ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ  ନିର୍ଦ୍ଦେଶକ ଡ. ମନୋଜ ଦାଶ ସୂଚନା ଦେଇଛନ୍ତି ।