ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅଡୁଆରେ ଆଇଆଇଟି ବାବା: ହୋଟେଲରୁ ଉଠାଇ ନେଲା ପୋଲିସ, ଗଞ୍ଜେଇ ଜବତ

Published By : Harapriya Biswal | March 3, 2025 4:08 PM

ନୂଆଦିଲ୍ଲୀ,୩।୩: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା IIT ବାବା ଅଭୟ ସିଂହଙ୍କୁ ଅଟକ ରଖିଲ ପୋଲିସ। ଜୟପୁର ପୋଲିସ ସୋମବାର ଅଭୟଙ୍କୁ ଅଟକ ରଖିଛି। ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଶିପ୍ରା ପଥ ଥାନା ଷ୍ଟେସନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି। 

କେବଳ ସେତିକି ନୁହେଁ, ଆଇଆଇଟି ବାବାଙ୍କଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ତାଙ୍କ ବିରୁଦ୍ଧରେ NDPS ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଜୟପୁର ପୋଲିସ ଅଭୟ ସିଂହଙ୍କୁ ପଚରାଉଚରା କରିଛି। ଆଇଆଇଟି ବାବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଏହାକୁ  ଦେଖି ସେ ରହୁଥିବା  ହୋଟେଲରେ  ଯାଇ  ପହଁଞ୍ଚିଥିଲା ପୋଲିସ। ଭିଡିଓରେ ଆତ୍ମହତ୍ୟା କରିବା କଥା କହିଥିଲେ ଅଭୟ। ତାଙ୍କୁ ଏ ବିଷୟରେ ପଚରାଯିବା ପରେ  ସେ ଗଞ୍ଜେଇର ଏକ ପ୍ୟାକେଟ ବାହାର କରି ପୋଲିସକୁ ଦେଖାଇଥିଲେ। ସେ କହିଥିଲେ, 'ମୁଁ ଗଞ୍ଜେଇର ପ୍ରଭାବରେ ଥିଲି।' ଯଦି ମୁଁ କିଛି କହିଛି, ତେବେ ମୁଁ ଏହା ଜାଣିନାହିଁ। ତାଙ୍କଠାରୁ ପୋଲିସ ୧.୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା।  ଗଞ୍ଜେଇର ପରିମାଣ କମ୍ ଥିବାରୁ, ତାଙ୍କୁ ଚେତାବନୀ ଦେଇ ଛାଡି ଦିଆଯାଇଛି। ପୋଲିସ ଗଞ୍ଜେଇ ଜବତ କରିଛି ଏବଂ NDPS ଆଇନ ଅନୁଯାୟୀ IIT ବାବାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଗତ ଫେବୃଆରୀ ୨୮ ତାରିଖରେ ନୋଏଡାରେ ଏକ ଘରୋଇ ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭୟ ଅଭିଯୋଗ କରିଥିଲେ। ଏଭଳି ଘଟିବାର କିଛି ଦିନ ପରେ ସୋମବାର ପୋଲିସ  ତାଙ୍କୁ ଅଟକ ରଖିଛି।  


  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.