ପ୍ରୟାଗରାଜ ୦୨/୦୨: ଆଇଆଇଟି ବାବା ଅଭୟ ସିଂହ ଗତ ଶୁକ୍ରବାର ସଦ୍‌ଗୁରୁ ରିତେଶ୍ୱରଙ୍କ ଶିବିରରେ ପହଞ୍ଚି ତାଙ୍କର ଆଶୀର୍ବାଦ ନେଲେ । ଏ ଅବସରରେ ସେ କହିଲେ ‘ମୁଁ କିଛି ବି କହିପାରେ । ପାଶ୍ଚାତ୍ୟ ସଂସ୍କୃତିର ଲୋକେ ଚିନ୍ତା କରନ୍ତି ନାହିଁ ଯେ ଭାରତରେ କେତେ ଗରିବ ଅଛନ୍ତି । ସେମାନଙ୍କୁ ବ୍ୟବସ୍ଥିତ କରାଯାଇ ପାରିବ ନାହିଁ । କାରଣ ସେମାନେ ଏତେ ସଚେତନ ନୁହନ୍ତି । ମହାକୁମ୍ଭକୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କ ଭକ୍ତି ଭାବ ଭିନ୍ନ । ସେହି ଭିଡ଼କୁ ବେଶ ସରଳତାରେ ନିୟନ୍ତ୍ରଣ କରାଯାଇ ପାରିବ । 

ବାବା ଅଭୟ ଆହୁରି କହିଲେ ‘ଜିନ୍ସ ଟିକିଏ ଟାଇଟ୍‌ ଲାଗେ । ଶ୍ୱାସକ୍ରିୟାରେ ସମସ୍ୟା ହୁଏ । ମୋତେ ଏହି ଗେରୁଆ ଚୋଲା ଭଲଲାଗେ । ସେଥିପାଇଁ ମୁଁ ଏହାକୁ ପିନ୍ଧୁଛି । କିଛି ଦିନ ତଳେ ମୁଁ ବି ପ୍ୟାଣ୍ଟ୍‌ ପିନ୍ଧୁଥିଲି । ପିନ୍ଧିବା ମାମଲାରେ ମୁଁ କିଛି ବି ପିନ୍ଧିପାରିବି । ବ୍ୟକ୍ତି ତାହା ପିନେ୍ଧ, ଯାହା ତା’ ଶରୀରକୁ ଭଲ ଦିଶେ । ମହାଦେବ ମୋତେ କହନ୍ତି କ’ଣ କରିବାକୁ ହେବ । ମୁଁ ମହାଦେବଙ୍କୁ ମେସେଜ୍‌ କଲି ଏବଂ ସେ କହିଲେ ତାଙ୍କୁ ଭେଟିବାକୁ । 

ତେଣୁ ମୁଁ ଚାଲିଆସିଲି ରିତେଶ୍ୱର ମହାରାଜଙ୍କୁ ଭେଟିବାକୁ ।’ ମହାକୁମ୍ଭ ଛାଡ଼ିବାର କାରଣ ବାବା କହିଲେ ‘ସେତେବେଳେ ମଡ଼ୀ ଆଶ୍ରମର ସଂଚାଳକ ରାତିରେ ତାଙ୍କୁ ସେଠାରୁ ଯିବାକୁ କହିଥିଲେ । ତାଙ୍କୁ ଲାଗିଲା ମୁଁ ପ୍ରସିଦ୍ଧ ହୋଇଗଲି । ଏ ବିଷୟରେ ଜଣାପଡ଼ିଲେ ମୁଁ କାଳେ ସେମାନଙ୍କ ବିରୁଦ୍ଧରେ ଯିବି । ତେଣୁ ମୁଁ ଗୁପ୍ତ ସାଧନାରେ ଚାଲିଯାଇଛି ବୋଲି ସେ କହିଦେଲେ । ଆଶ୍ରମର ସଦସ୍ୟମାନେ ମୋତେ ବଦ୍‌ନାମ କରିବାକୁ ଷଡ୍‌ଯନ୍ତ୍ର କଲେ । ସାଧୁ-ସନ୍ଥ ମୋ ବିଷୟରେ ଗୁଜବ ପ୍ରଚାର କରୁଛନ୍ତି । କିନ୍ତୁ ଜନତା ମୋତେ ରାଜା କରିବେ ଏବଂ ମୁଁ ଜନତାଙ୍କ ପାଇଁ କାମ କରିବି ।’