ଖୋର୍ଦ୍ଧା, ୨୧/୦୯: ଉପରେ ଚଷୁ ତଳେ ଗୋମାଂସ ରଖି ହାଇଦ୍ରାବାଦକୁ  ହେଉଥିଲା ଚାଲାଣ ଖବର ପାଇ ମାଡ଼ିବସିଲା ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ । ଗାଡ଼ି ସହ ଚାଳକକୁ ଅଟକ ରଖି ପୁଲିସ ତଦନ୍ତ କରୁଛି। ଉକ୍ତ ଗାଡ଼ିରୁ ପ୍ରାୟ ୩ ଟନ୍ ଗୋମାଂସ ଜବତ ହୋଇଛି ।

ସୂଚନା ମୁତାବକ, ରବିବାର ସକାଳୁ ଏକ ଆଇଚର ଗାଡ଼ିରେ ଗୋମାଂସ ଚାଲାଣ ହେଉଥିଲା । ଅତି ଚତୁରତା ସହ ତଳେ ଗୋମାଂସ ରଖି ଉପରେ ଚଷୁ ଲୋଡ୍‌ କରି ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । କିନ୍ତୁ ଏସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ଗାଡିକୁ ଅଟକ ରଖିଛି । ଗାଡ଼ିଟିକୁ  ଯାଞ୍ଚ କରିବାରୁ ସେଥିରୁ ପ୍ରାୟ ତିନି ଟନ୍‌ ଗୋମାଂସ ମିଳିଛି । ଯାହା ପରେ ଉକ୍ତ ଗାଡ଼ିଟିକୁ ଜବତ କରିବା ସହ ଗାଡି ଚାଳକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି  ପୁଲିସ