ଭୁବନେଶ୍ୱର,୧୬/୧୦: ରାଜଧାନୀରେ ନକଲି ସିମ୍ କଲ୍ ସେଣ୍ଟର ଠାବ ହୋଇଛି । ସୁନ୍ଦରପଦାସ୍ଥିତ କାଞ୍ଚନ ଆପାଟମେଣ୍ଟର ଏ-୨୦୫ ବ୍ଲକରେ ଚାଲିଥିଲା ବୋଆଇନ ବେପାର । ଏହି ଘଟଣାରେ ସେଠାରେ କାମ କରୁଥିବା ୫ ଜଣଙ୍କୁ  ଥାନାରେ ଅଟକ ରଖଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ କାଞ୍ଚନ ଆପାଟମେଣ୍ଟର ଏ-୨୦୫ ବ୍ଲକରେ ଦୀର୍ଘ ଦିନ ଧରି ନକଲି କଲ୍ ସେଣ୍ଟର ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ କଲ୍ ସେଣ୍ଟରରେ ସାଇବର ଓ ଏୟାରଫିଲ୍ଡ ଥାନା ପୋଲିସ ମିଳିତ ଚଢାଉ କରିଛି । ଏହି ଚଢାଉରେ କଲ୍ ସେଣ୍ଟରକୁ ପରିଚାଳନା କରୁଥିବା ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ଏହି ରାକେଟ୍‌ରେ କିଏ କିଏ ସାମିଲ ଅଛନ୍ତି ଏବଂ କେତେ ଦିନ ଧରି ସେଠାରେ ଏହି ନକଲି ସିମ୍ କଲ୍ ସେଣ୍ଟର  ଚାଲିଛି ତାହାର ତଦନ୍ତ କରୁଛି ପୋଲିସ ।