ବ୍ରହ୍ମପୁର,୧୮/୧୧: ଆକ୍ସନ ମୁଡରେ ଇଆଇ ଓ ଇବି ୟୁନିଟ । ବେଆଇନ ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଅବକାରୀ ବିଭାଗ । ଏକାସଙ୍ଗରେ ଦୁଇଟି ସ୍ଥାନରେ ଚଢାଉ କରି ବିପୁଳ ମଦ ବୋତଲ ଜବତ କରିଛି । ବ୍ରହ୍ମପୁର ନୂଆଗାଁର ଏକ ଢାବା ଓ ଗଞ୍ଜାମର ବଡଗଡର ଏକଲାପୁର ଗ୍ରାମରେ ଚଢାଉ ହୋଇଥିଲା । ଚଢାଉ ବେଳେ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ଏହା ସହିତ ୨ ଜଣ ଗିରଫ ହୋଇଛନ୍ତି ।
ରେଡରେ ଅବକାରୀ ବିଭାଗ ୧୮୦ ମିଲିର ୩୩୫ଟି ଦେଶୀ ମଦ ବୋତଲ ଜବତ କରିଛି । ୬୦ ଲିଟରର ବିଦେଶୀ ମଦ ବୋତଲ ଜବତ ସହ ଗୋଟିଏ ପଲସର ୨୨୦ ମୋଟର ସାଇକେଲ ଜବତ ହୋଇଛି । ଏହା ସହିତ ୨ଟି ସ୍ମାଟ ଫୋନ ଓ ଗୋଟିଏ କିପ୍ୟାଡ ଫୋନ୍, ପଲିଥିନ ସିଜ୍ ହୋଇଛି । ଘଟଣାରେ ସମ୍ପୃକ୍ତ ୨ ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତି ମୁନି ଫେରାର ଅଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଏହି କାରବାର ଚେର କେତେ ଦୂର ଲମ୍ବିଛି ତାହା ଶୀଘ୍ର ଜଣାପଡିବ । ବେଆଇନ ମଦ କାରବାର ଘଟଣାରେ ଗିରଫଙ୍କ ସଂଖ୍ୟା ବଢିପାରେ ।