ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଖୁବ୍‌ ଶୀଘ୍ର ତାତିରୁ ମିଳିବ ମୁକ୍ତି , ଏହିସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ – ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଲୁ ଓ ଉତ୍ତାପରେ ଲୋକ ଖୁବ୍‌ ହନ୍ତସନ୍ତ ହେଉଛନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମୁତାବିକ , ପୂର୍ବ ଭାରତରେ ଲୁ' ର ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଆଗାମୀ ୫ଦିନ ଯାଏ ଦକ୍ଷିଣ ଇନସୁଲାର ଭାରତର କିଛି ଭାଗରେ ଲୁ ପ୍ରବାହର ସ୍ଥିତି ଜାରି ରହିବ। ଏହା ବ୍ୟତୀତ ୨୩ ଓ ୨୪ ଅପ୍ରେଲକୁ ପୂର୍ବୋତ୍ତର ଭାରତରେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ଖୁବ୍‌ ବର୍ଷା ହେବାର ସମ୍ଭାବନା ରହିଛି। 

ଆସାମ ଓ ମେଘାଳୟ, କେରଳ ଓ ମାହେରେ କିଛି ସ୍ଥାନରେ ଏବଂ ପଞ୍ଜାବ, ପଶ୍ଚିମ ଉତ୍ତର ପ୍ରଦେଶ , ମଧ୍ୟ ମହାରାଷ୍ଟ୍ର , ମରାଠାୱାଡା , ଛତିଶଗଡ଼ , ପଶ୍ଚିମବଙ୍ଗ ଓ ସିକ୍କିମ , ବିହାର , ଝାଡ଼ଖଣ୍ଡ , ଓଡ଼ିଶାରେ ଅଲଗା ଅଲଗା ସ୍ଥାନରେ ଘଡ଼ଘଡ଼ି ସହ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ମଧ୍ୟ ପ୍ରଦେଶ , ବିଦର୍ଭ ,ତଟୀୟ ଆନ୍ଧ୍ର ପ୍ରଦେଶ ଓ ୟନମ , ତେଲେଙ୍ଗାନା , କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଓ କରାଇକଲରେ ମଧ୍ୟ ଘଡ଼ଘଡ଼ି ସହ  ହାଲକା ବର୍ଷା ହେବାର ସମ୍ଭାବନା ରହିଛି। 

ଅନ୍ୟପଟେ  ୨୩,୨୬ ଓ ୨୭ ତାରିଖରେ ପଞ୍ଜାବ ଓ ହରିଆଣା-ଚଣ୍ଡିଗଡ଼-ଦିଲ୍ଲୀରେ ବଜ୍ରପାତ ଓ ଖୁବ୍‌ ପବନ ( ୩୦-୪୦ କି.ମି ପ୍ରତି ଘଣ୍ଟା)ର ସହ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।୨୬ରେ ପୂର୍ବ ରାଜସ୍ଥାନ, ୨୩ ଅପ୍ରେଲରେ ଉତ୍ତର ପ୍ରଦେଶରେ ବର୍ଷାର ସ୍ଥିତି ଜାରି ରହିଛି। ୨୬ ଓ ୨୭ ଅପ୍ରେଲରେ ପଞ୍ଜାବ ଓ ହରିଆଣାରେ କୁଆପଥର ବର୍ଷାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.