ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମହାରାଷ୍ଟ୍ରରେ ବଡ ଧରଣର ସଡକ ଦୁର୍ଘଟଣା, MLC ସଦସ୍ୟଙ୍କ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ...

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୱାଶିମରେ ବଡ ଧରଣର ଏକ ସଡକ ଦୁର୍ଘଟଣା ହୋଇଛି । ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଦ୍ରୁତ ଗତିରେ ଯାତ୍ରା କରୁଥିବା ଦୁଇଟି କାର ଆକୋଲା ପାଟୁର ନିକଟରେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ପୋଲିସର ସୂଚନାନୁସାରେ, ଯେଉଁ କାର୍‌ରେ ଦୁର୍ଘଟଣା ଘଟିଛି, ସେଥିରେ ଏମଏଲସି କିରଣ ସରନାଇକଙ୍କ ପରିବାର ସଦସ୍ୟ ବସିଥିଲେ । ତାଙ୍କ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ପୋଲିସ ଏନେଇ ସୂଚନା ଦେଇଛି । କୁହାଯାଉଛି କି କାରରେ କିରଣ ସରନାଇକଙ୍କ ଭାଇ, ପୁତୁରା, ଝିଅ ଏବଂ ଭଉଣୀ ଯାତ୍ରା କରୁଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି କାର ଖଣ୍ଡ ଖଣ୍ଡ ହୋଇଯାଇଛି ।

ସୂଚନାଥାଉକି,ଯେ କିରଣ ସରନାଇକ୍ ୨୦୨୦ ମସିହାରେ ଟିଚର କ୍ଷେତ୍ରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜିତିଥିଲେ । ପରେ ସେ ଏକନାଥ ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.