ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଠାରୁ ବଡ ଆଶ୍ବସ୍ତି, ସପ୍ତାହରେ ଥରେ ରୋଗିଣା ପତ୍ନୀଙ୍କୁ ଭେଟିବାକୁ ମିଳିଲା ଅନୁମତି...

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ ଆଶ୍ବସ୍ତି ମିଳିଛି ।ସପ୍ତାହରେ ଥରେ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହା ସହ କୋର୍ଟ ଇଡି ଏବଂ ସିବିଆଇକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଆସନ୍ତା ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଥାଉକି,ଯେ ମନୀଷ ସିସୋଦିଆ ଗତ ଏକ ବର୍ଷ ଧରି ଜେଲରେ ଅଛନ୍ତି । ସେ ଅନେକ ଥର ତାଙ୍କ ଜାମିନ ଆବେଦନ କରିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ।

ଏପ୍ରିଲ ୩୦ ରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ସିସୋଦିଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଶୁକ୍ରବାର ଏହି ପିଟିସନର ଶୁଣାଣି କରିବାକୁ କୋର୍ଟ ରାଜି ହୋଇଛନ୍ତି । ସିସୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଆବେଦନରେ ସେ ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ । ଆବେଦନ ବିଚାରାଧୀନ ଅବସ୍ଥାରେ ତାଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ସାକ୍ଷାତ କରିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ।

ଏହି ସମୟ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି ଯେ, ଯଦି ମନୀଷ ସିସୋଦିଆ ପାରୋଲରେ ଥିବାବେଳେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଭେଟିବାକୁ ଚାହାଁନ୍ତି, ତେବେ ଏଜେନ୍ସିର ଏଥିରେ କୌଣସି ଅସୁବିଧା ନାହିଁ। ଏହା ପରେ ହାଇକୋର୍ଟ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପତ୍ନୀଙ୍କୁ ସପ୍ତାହରେ ଥରେ ଭେଟିବାକୁ ଅନୁମତି ଦେଇଥିଲେ।

ସୂଚନାଥାଉକି,ଯେ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଗତ ଏକ ବର୍ଷ ହେବ ଜେଲରେ ଅଛନ୍ତି । ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା ଜାରି ରଖିଛି । ଏହି ମାମଲାରେ ବହୁ ବଡ ନେତା ମଧ୍ୟ ଜେଲରେ ଅଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅନ୍ତର୍ଭୁକ୍ତ । ଏହାପୂର୍ବରୁ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ପରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା। ଦିଲ୍ଲୀ ସରକାରଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ସତ୍ୟେନ୍ଦ୍ର ଜୈନା ମଧ୍ୟ ଜେଲରେ ଅଛନ୍ତି । ମାର୍ଚ୍ଚ ମାସରେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହି ଗିରଫ ପରେ ବିରୋଧୀ କେନ୍ଦ୍ର ସରକାର ଏବଂ ଏଜେନ୍ସି ଉପରେ ଅନେକ ପ୍ରଶ୍ନ ଉଠାଉଛନ୍ତି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.