ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥରକେ ଚନ୍ଦ୍ରଯାନ ଲଞ୍ଚ କରିଦେଲେ ମୋଦୀ, ୨୧ ଥର ପରେ ବି ସୋନିଆ କରିପାରିବେ ନାହିଁ ରାହୁଲଙ୍କ ଲଞ୍ଚିଂ: ଶାହ

Image Courtesy: ndtv

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି । ବହୁ ସସପେନ୍ସ ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଆମେଥି ପରିବର୍ତ୍ତେ ରାୟବରେଲିରୁ ପ୍ରାର୍ଥୀ କରିଛି । ଏହା ପରେ ବିଜେପି ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି । ହାରିବା ଭୟରେ ଆମେଥି ଛାଡ଼ି ରାହୁଲ ରାୟବରେଲି ବାଛିଛନ୍ତି ବୋଲି ବିଜେପି କହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଗୋଟିଏ ଥରରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ ଲଞ୍ଚ କରିଦେଲେ । କିନ୍ତୁ ସୋନିଆ ଗାନ୍ଧୀ ପୁଅକୁ ବାରମ୍ବାର ଲଞ୍ଚ କରୁଛନ୍ତି ଏବଂ ଏହା ୨୧ ତମ ପ୍ରୟାସ । ତଥାପି ସେ ସଫଳ ହୋଇପାରିବେ ନାହିଁ ।

ସେ ଆହୁରି କହୁଛନ୍ତି , ଆମ ସାମ୍ନାରେ ଗର୍ବୀ ଇଣ୍ଡି ମେଣ୍ଟ ନିର୍ବାଚନ ଲଢ଼ୁଛି । କଂଗ୍ରେସ ଦଳର ରାଜକୁମାର ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରିଥିଲେ ।ହେଲେ ଏହାର ସମାପନ ଆଗାମୀ ଜୁନ୍‌ ୪ରେ ‘କଂଗ୍ରେସ ତୁଡୋ ଯାତ୍ରା’ରେ ହେବ ।

ଦୁଇଟି ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ଦୂରବିକ୍ଷଣ ଯନ୍ତ୍ରରେ ମଧ୍ୟ ନଜର ଆସୁନାହିଁ । ସେପଟେ ନରେନ୍ଦ୍ର ମୋଦି ସେଞ୍ଚୁରି ମାରି ୪୦୦ ପାର ଦୌଡ଼ରେ ବହୁ ଆଗକୁ ଚାଲିଗଲେଣି ବୋଲି ଦାବି କରିଛନ୍ତି ଅମିତ ଶାହ । ସୂଚନାଯୋଗ୍ୟ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ରାହୁଲ ଗାନ୍ଧୀ ୨୦୦୪ରୁ ଆମେଥିରୁ ଲଗାତାର ସାଂସଦ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ସେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ପାଖରୁ ପରାସ୍ତ ହୋଇଥିଲେ । ଏବେ ରାହୁଲ କେରଳର ଓ୍ବାୟନାଡରୁ ପ୍ରତିନିଧିତ୍ବ କରୁଛନ୍ତି । ଚଳିତ ଥର ରାହୁଲ ଗାନ୍ଧୀ ପୁଣି ଥରେ ଓ୍ବାୟନାଡରୁ ନିର୍ବାଚନ ଲଢ଼ିଛନ୍ତି । ଏହା ସହ ରାୟବରେଲିରୁ ରାହୁଲଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । 

ଗତ ଦୁଇ ଦଶନ୍ଧୀ ଧରି ରାୟବରେଲି ଲୋକଭା ନିର୍ବାଚନ କ୍ଷେତ୍ର ରାହୁଲଙ୍କ ମା ସୋନିଆ ଗାନ୍ଧିଙ୍କ ଗଡ଼ ହୋଇ ରହିଛି । ସେପଟେ ଆମେଥିରୁ ୨୫ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କିଶୋରୀଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଏଥର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ପଞ୍ଚମ ପର୍ଯ୍ୟାୟ (ମେ’ ୨୦)ରେ ଏହି ଦୁଇ ଆସନରେ ମତଦାନ ହେବ ।

  • Amit Shah
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.