ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ବ ପ୍ରେସ୍ ସ୍ବାଧୀନତାରେ ଭାରତର ସ୍ଥିତି ପାକିସ୍ତାନ ଓ ସୁଦାନଠାରୁ ବି ଖରାପ, ଚକିତ କଲା ରିପୋର୍ଟ

ନୂଆଦିଲ୍ଲୀ,୩।୫: ଆଜି ଅନ୍ତର୍ଜାତୀୟ ପ୍ରେସ୍ ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ ସହିତ ସାରା ଦୁନିଆର ପ୍ରେସ୍ ସ୍ବାଧୀନତାକୁ ନେଇ ଚର୍ଚ୍ଚା ହେଉଛି। ଏହା ଭିତରେ ରିପୋଟର୍ସ ଓ୍ବିଦଆଉଟ ବର୍ଡର ପ୍ରେସ୍ ଫ୍ରିଡମ୍‌କୁ ନୋଇ ଇଣ୍ଟର ନ୍ୟାସନାଲ ରାଙ୍କିଙ୍ଗ ଜାରି କରିଛି। ଏଥିରେ ମୋଟ ୧୮୦ ଟି ଦେଶ ରହିଛି। ସବୁଠାରୁ ପ୍ରଥମ ସ୍ଥାନରେ ନରଓ୍ବେ, ଯାହାର ଗ୍ଲୋବାଲ ସ୍କୋର ୯୧.୮୯ ରହିଛି। ଏହାପରେ ଡେନମାର୍କ ୮୯.୬ ଗ୍ଲୋବାଲ ସ୍କୋର ସହିତ ଦ୍ବିତୀୟ ସ୍ଥାନରେ ରହିଛି। ତୃତୀୟରେ ରହିଛି ସ୍ବୀଡେନ୍, ଯାହାର ସ୍କୋର ୮୮.୩୨। ଏହାପରେ ଚତୁର୍ଥ  ଓ ପଞ୍ଚମ ସ୍ଥାନରେ ନେଦରଲ୍ୟାଣ୍ଡ ଓ ଫିନଲାଣ୍ଡ ରହିଛନ୍ତି, ଯାହାର ଗ୍ଲୋବାଲ ଇଣ୍ଡେକ୍ସ ୮୭.୭୩ ଓ ୮୬.୫୫ ରହିଛି।

ଯଦି ଭାରତର କଥା ହେବା ତେବେ ପ୍ରେସ୍ ସ୍ବାଧିନତା ମାମଲାରେ ଆମର ସ୍ଥିତି ପାକିସ୍ତାନ ଓ ସୁଡାନ୍‌ଠାରୁ ବି ଖୁବ୍ ଖରାପ। ରିପୋର୍ଟ ଅନୁସାରେ, ଭାରତ ଏହି ଲିଷ୍ଟରେ ୧୫୯ ସ୍ଥାନରେ ରହିଛି, ଯାହାକୁ ଗ୍ଲୋବାଲ ସ୍କୋର ୩୧.୨୮ ମିଳିଛି। ପାକିସ୍ତାନର ସ୍କୋର ୩୩.୯ ରହିଛି ଓ ଏହାର ରାଙ୍କିଙ୍ଗ ୧୫୨ ରହିଛି। ଏଭଳି ପ୍ରେସ୍ ଫ୍ରିଡମ୍‌କୁ ନେଇ ପାକିସ୍ତାନର ସ୍ଥିତି ଭାରତଠାରୁ ଅଧିକ ରହିଛି। ତେବେ ଗ୍ଲୋବାଲ ଲେବଲରେ ଏହାକୁ ମଧ୍ୟ ଭଲ କୁହାଯାଏନି। ସୁଦାନ ଉପରେ ଯଦି ନଜର ପକାଇବା ତେବେ ଏହାର ନମ୍ବର ୧୪୯ ରେ ରହିଛି, ଯାହାର ଗ୍ଲୋବାଲ ସ୍କୋର ୩୫.୭୩ ରହିଛି।

ଯଦି ନଜର ପକାଇବା ପ୍ରେସ୍ ସ୍ବାଧିନତାକୁ ନେଇ ରାଙ୍କିଙ୍ଗର ଶେଷରେ କିଏ ଅଛି। ତେବେ ଏହି ଦେଶର ନାଁ ହେଉଛି ଇରିଟିୟା, ଯାହାକି ୧୮୦ ତମ ସ୍ଥାନରେ ରହିଛି। ଏହାର ଗ୍ଲୋବାଲ ସ୍କୋର ୧୬.୬୪। ସିରିଜ୍ ୧୭୯ ସ୍ଥାନରେ ରହିଛି, ଯାହାର ସ୍କୋର ୧୭.୪୧। ଯଦି ଆଫଗାନିସ୍ତାନ ବିଷୟରେ କଥା ହେବା ତେବେ ତାହା ୧୯.୦୯ ଗ୍ଲୋବାଲ ସ୍କୋର ନେଇ ୧୭୮ ତମ ସ୍ଥାନରେ ରହିଛି। ଏବେ ନଜର ପକାଇବା ଉତ୍ତର କୋରିଆ ଉପରେ, ଯାହାକି ୧୭୭ ତମ ସ୍ଥାନରେ ଅଛି, ଯାହାର ସ୍କୋର ୨୦.୬୬ ଅଛି। ଉତ୍ତର କୋରିଆଠାରୁ ଭଲ ରହିଛି ଇରାନର ସ୍ଥିତି, ଯାହାକି ରାଙ୍କିଙ୍ଗରେ ୧୭୬ ତମ ସ୍ଥାନରେ ରହିଛି, ତା’ର ସ୍କୋର ୨୧.୩ ଅଛି। ଯେଉଁ ଦେଶରେ ପ୍ରେସ୍ ସ୍ବାଧୀନତାର ଅଭାବ ରହିଛି,ରିପୋର୍ଟରେ ତାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.