ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତର ଚନ୍ଦ୍ରଯାନକୁ କପି କଲା ପାକିସ୍ତାନ; ଚୀନ୍‌ ସହିତ ମିଶି ଲଞ୍ଚ କଲା ମୁନ୍‌ ମିଶନ

ନୂଆଦିଲ୍ଲୀ,୦୩/୦୫: ଶୁକବାର ଦିନ ଚୀନ୍‌ ଏହା ମୁନ୍‌ ରିସର୍ଚ ମିଶନ ଚାଙ୍ଗ୍‌ ଇ-୬ ଯାନ ଲଞ୍ଚ କରିଛି। ସ୍ଥାନୀୟ ସମୟ ଅନୁସାରେ ଏହାକୁ ଆଜି ୫.୨୭ରେ ଲଉତ୍‌କ୍ଷେପଣ କରାଯାଇଛି। ଚାଇନା ନାସନାଲ୍‌ ସ୍ପେଶ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ, ଚାଙ୍ଗ ଇ-୬ ମିଶନକୁ ଚନ୍ଦ୍ରମାର ରହସ୍ୟମୟ ସୁଦୂର ଅଞ୍ଚଳରେ ସାମ୍ପଲ ଏକତ୍ର କରିବା ଏବଂ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବାର ଦାୟିତ୍ବ ଦିଆଯାଇଛି। ଚୀନ୍‌ ପକ୍ଷରୁ ଏହା ହେଉଛି ପ୍ରଥମ ମାନବରହୀତ ମୁନ୍‌ ମିଶନ। 

କୌତୁହଳର ବିଶୟ ଯେ, ଏହି ଚୀନ୍‌ ଯାନ ସହିତ ପାକିସ୍ତାନ ଏହାର ଉପଗ୍ରହ ପଠାଇଛି। ଯଦିଓ ପାକିସ୍ତାନ ସରକାର ବେଜିଂ ସହିତ ଏକତ୍ର ହୋଇ ଭାରତର ଚନ୍ଦଯାନ-୩କୁ ନକଲ ବା କପି କରିବାକୁ ଚାହିଁଛି, କିନ୍ତୁ ଏଥିରେ ଖେଳ ହୋଇଗଲା। ଅର୍ଥାିତ୍‌ ଆର୍ଥିକ ସଂକଟରେ ଘେରି ରହିଥିବା ପାକିସ୍ତାନୀ ଏହାକୁ ଘୋର ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ପାକିସ୍ତାନୀ ପୋଷ୍ଟ କରି କହିଛନ୍ତି ଯେ, 'ଆମର ମୁନ୍‌ ମିଶନ୍‌ ଦରାକାର ନାହିଁ ରୁଟି ଦିଅ।'

ସିଏନ୍‌ଏସ୍‌ଏ କହିଛି ଯେ, ଲଙ୍ଗ୍‌ ମାର୍ଚ୍ଚ-୫ ବାଇ୮ ରକେଟକୁ ଚାଙ୍ଗ୍‌ ଇ-୬ ମିଶନରେ ନେଇକି ଯିବ। ଚାଙ୍ଗ ଇ-୬ ମହାକାଶ ଯାନରେ ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର, ଗୋଟିଏ ଆରୋହୀ ଏବଂ ଗୋଟିଏ ରିଟର୍ଣ୍ଣର ସାମିଲ ଅଟେ। ଏହି ଯାନ ଅନ୍ତରାଷ୍ଟ୍ରୀୟ ସହଯୋଗ ମାଧ୍ୟମରେ ୬ଟି ପେଲୋଡ୍‌ ନେଇ ଯିବ। ଫ୍ରାନ୍ସ, ଇଟାଲି ଏବଂ ୟୁରୋପୀୟ ମହାକାଶ ଏଜେନ୍ସିର ବୈଜ୍ଞାନିକ ଉପକରଣ ଚାଙ୍ଗ୍‌ ଇ-୬ର ଲ୍ୟାଣ୍ଡରରେ ରହିଥିବା ବେଳେ ପାକିସ୍ତାନର ଏକ ଛୋଟ ଉପଗ୍ରହ ଅର୍ବିଟରରେ ରହିଛି। ଏହି ଉତ୍‌କ୍ଷେପଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଏବଂ ତମାମ କାର୍ଯ୍ୟକ୍ରମର ପ୍ରମାଣ ହେବାକୁ ୧୨ ଦେଶ ଓ ଅନ୍ତରାଷ୍ଟ୍ରୟୀୟ ସଂଗଠନର ପାଖାପାଖି ୫୦ ଜଣ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। 

ଆପୋଲୋ ବେସିନ ନାଁରେ ଜଣାଶୁଣା ଇଫେକ୍ଟ କ୍ରାଟରକୁ ଚନ୍ଦ୍ରର ଦୂର ପାର୍ଶ୍ୱରେ ଥିବା ଚାଙ୍ଗ୍‌ ଇ -୬ ମିଶନ ପାଇଁ ପ୍ରାଥମିକ ଲକ୍ଷ୍ୟ ଅବତରଣ ଏବଂ ନମୁନା ସ୍ଥାନ ଭାବରେ ମନୋନୀତ କରାଯାଇଛି, ଯାହାକି ସାଉଥ୍‌ ପୋଲ-ଆଇଟକେନ୍ ବେସିନ ମଧ୍ୟରେ ଅବସ୍ଥିତ। ମହାକାଶଯାନ ଚନ୍ଦ୍ରରେ ପହଞ୍ଚିବା ପରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଅବତରଣର ୪୮ ଘଣ୍ଟା ମଧ୍ୟରେ ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟି ସଂଗ୍ରହ ପାଇଁ ଏକ ରୋବୋଟିକ୍ ରୋବୋଟିକ୍‌ ମେସିନ୍‌ ବ୍ୟବହାର କରାଯିବ ଏବଂ ଭୂମିରେ ଛିଦ୍ର କରିବା ପାଇଁ ଏକ ଡ୍ରିଲ୍ ବ୍ୟବହାର କରାଯିବ। ଏଥିସହିତ ଏକକାଳୀନ ବୈଜ୍ଞାନିକ ଅନୁସନ୍ଧାନ କରାଯିବ। ପାତ୍ରଗୁଡିକରେ ସାମ୍ପୁଲ ଗୁଡିକ ସିଲ୍ କରିବା ପରେ, ଆରୋହଣକାରୀ ପ୍ରତ୍ୟାବର୍ତ୍ତନ ପାଇଁ ଉଡ଼ାଣ ଭରିବେ ଏବଂ ଚନ୍ଦ୍ର କକ୍ଷରେ ଅର୍ବିଟର ସହିତ ଡକ୍ କରିବେ। ସିଏନ୍ଏସ୍ଏସ୍ କହିଛି ଯେ ପୁରା ମିଶନ ପ୍ରାୟ ୫୩ ଦିନ ଚାଲିବ ବୋଲି ଆଶା କରାଯାଉଛି।

You can also read: ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.