ନୂଆଦିଲ୍ଲୀ,୦୩/୦୧: ନୂଆ ବର୍ଷ ଉପଲକ୍ଷେ ରେଲୱେ ପକ୍ଷରୁ ନୂଆ ଟାଇମ୍‌ଟେବୁଲ ଲାଗୁ ହୋଇଛି । ପୂର୍ବରୁ ଏହି ପରିବର୍ତ୍ତନ ପ୍ରତିବର୍ଷ ୩୦ ଜୁନରେ ହେଉଥିଲା । ଯାହାକୁ ଜୁଲାଇ ପହିଲାରୁ ଲାଗୁ କରାଯାଉଥିଲା । ଏହା ଟ୍ରାନ୍‌ସ ଆଟ୍‌ ଏ ଗ୍ଲେନ୍‌ସ (ଟିଏଜି)ର ୪୪ତମ ଏଡିଶନ । ୨୦୨୫ରେ ରେଲୱେ ପକ୍ଷରୁ ଭାରତ ରାପିଡ୍‌ ରେଲ୍‌ (ବନ୍ଦେ ମେଟ୍ରୋ) ଏବଂ ୨ ଅମୃତ ଭାରତ ଏକ୍ସପ୍ରେସ ଚଳାଯିବ । ୨୦୨୪ରେ ରେଲୱେ ପକ୍ଷରୁ ୬୪ ବନ୍ଦେ ଭାରତ ମେଟ୍ରୋ ଟ୍ରେନ ଯୋଡ଼ାଯାଇଛି । ୨୬ ଡିସେମ୍ବର ଯାଏ ଭାରତର ମେଟ୍ରୋ ନେଟ୍‌ୱର୍କରେ ମୋଟ ୧୩୬ ବନ୍ଦେ ଭାରତ ଟ୍ରେନ ସେବା ଯୋଗାଉଛି । ଏହାବାଦ ରେଲ୍‌ୱେ ୨୦୨୫ରେ ଏଆଇର ବ୍ୟବହାର କରିବା ଉପରେ ପ୍ରୟାସ ଆରମ୍ଭ କରିବ ।