ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ

Published By : Harapriya Sethi | October 25, 2024 7:56 AM

ବାସୁଦେବପୁର,୨୫/୧୦: ମଧ୍ୟ ରାତ୍ରିରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଦାନା’। ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଲା ‘ଦାନା’ । ଭିତରକନିକା ହବାଳିଖଟିରେ ଛୁଇଁଲା ସ୍ଥଳଭାଗ । ଏହାର ପ୍ରଭାବ ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ବିଶେଷ ଭାବରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ବାତ୍ୟାର ବିଭୀଷିକା ମଧ୍ୟ ରାତ୍ରିରୁ ଆରମ୍ଭ ହୋଇଛି । ପବନ ଓ ବର୍ଷାରେ ବେଗ ଏତେ ଅଛି ଯେ, ଲୋକେ ବାହାରକୁ ବାହାରିବା ସମ୍ଭବ ହେଉନାହିଁ  । ପବନର ବେଗ ଅଧିକ ରହିଥିବା ସହ ବର୍ଷା ମଧ୍ୟ ଲାଗି ରହିଛି ।

ଅନେକ ସ୍ଥାନରେ ତୀବ୍ର ଗତିରେ ପବନ ବହିବା କାରଣରୁ ଘର ଛପର ଉଡ଼ି ଯାଇଥିବା ବେଳେ ଅନେକ ବଡ଼ ବଡ଼ ଗଛ ଭାଙ୍ଗିଯାଇଥିବା ସୂଚନା ମିଳିଛି । ପବନର ବେଗ ଅତି ପ୍ରଖର ଥିବାରୁ ବାହାରକୁ ଯିବା ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଲ୍ୟାଣ୍ଡଫଲ୍‌ ହେବା ପରେ ବାତ୍ୟାର ଏଭଳି କରାଳ ରୂପ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.