ଭୁବନେଶ୍ୱର ୨୩/୧୨: ସନାତନ ଧର୍ମରେ ଦେବାଦାବୀଙ୍କ ସ୍ତୁତି କରିବା ସମୟରେ ମାଳା ଜପ କରିବାର ମହତ୍ୱ ରହିଛି। ଏହା କରିବା ଦ୍ୱାରା ଦେବାଦାବୀ ପ୍ରସନ୍ନ ହୁଅନ୍ତି। କିନ୍ତୁ ଏହା ନୁହେଁ ଯେ ଆପଣ ଯେକୌଣସି ମାଳା ନେଇ ଭଗବାନଙ୍କୁ ଉପାସନା କରିବେ। ମାଳା ଜପ କରିବାର ମଧ୍ୟ ନିଜସ୍ୱ ନିୟମ ଅଛି, ଯାହାକୁ ଅନୁସରଣ କରିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା କେଉଁ ମାଳାରେ କେଉଁ ଦେବାଦେବୀଙ୍କୁ ଜପିବା ଦ୍ୱାରା ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବ।

କ୍ରିଷ୍ଟାଲ୍‌ ମାଳା :

କ୍ରିଷ୍ଟାଲ୍‌ ମାଳାକୁ  ମାତା ଭଗବତୀଙ୍କ ରୂପ ଭାବରେ ବିବେଚନା କରାଯାଏ। କାଚ ପରି ଦେଖାଯାଉଥିବା ଏହି ମାଳା, ଶକ୍ତିର ପ୍ରତୀକ ଲକ୍ଷ୍ମୀ, ସରସ୍ୱତୀ ଏବଂ ଦୁର୍ଗାଙ୍କୁ ଜପ କରିବା ପାଇଁ ସର୍ବୋତ୍ତମ । ଏହି ମାଳା ବ୍ୟବହାର କରିବା ଦ୍ୱାରା ମନ୍ତ୍ର ଶୀଘ୍ର ସିଦ୍ଧ ହୁଏ। ରକ୍ତଚାପ ରୋଗୀଙ୍କ ପାଇଁ, କ୍ରୋଧକୁ ଶାନ୍ତ କରିବା ଏବଂ ଦାରିଦ୍ର୍ୟ ଦୂର କରିବା ପାଇଁ ଏହି ମାଳା ଉପଯୁକ୍ତ । ଏହା ବ୍ୟତୀତ ଗ୍ରହର ଦୋଷ ମଧ୍ୟ ଦୂର ହୋଇଥାଏ।

ପଦ୍ମ ମାଳା :

ଯେଉଁମାନେ ଧନ ଏବଂ ସୌଭାଗ୍ୟ ପାଇଁ ଇଚ୍ଛା କରନ୍ତି ସେମାନଙ୍କ ପାଇଁ ପଦ୍ମ ମାଳା ଅତ୍ୟନ୍ତ ଉପଯୋଗୀ। ଏହି ମାଳା ସହିତ ଲକ୍ଷ୍ମୀ ମନ୍ତ୍ର ଜପ କରିବା ଉଚିତ୍ । ପଦ୍ମ ମାଳା ଜୀବନରେ ସକରାତ୍ମକ ଶକ୍ତି, ପ୍ରଚୁରତା ଏବଂ ସମୃଦ୍ଧିକୁ ଆକର୍ଷିତ କରିବାରେ ସାହାଯ୍ୟ କରେ ।

ରୁଦ୍ରାକ୍ଷ ମାଳା :

ରୁଦ୍ରାକ୍ଷକୁ ମହାଦେବଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। କୌଣସି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ରୁଦ୍ରାକ୍ଷ ମାଳା ଜପ କରିବା ଉଚିତ୍‌। ଏହା ମାଧ୍ୟମରେ ଜପ କରିବା କଦାପି ବୃଥା ହୁଏ ନାହିଁ । ଏହି ମାଳା ଧାରଣ କରିବା ଏବଂ ଏଥିରେ ଜପ କରିବା ଦ୍ୱାରା ବ୍ୟକ୍ତିର ଶକ୍ତି, ସାହସ ଏବଂ ବଳ ବଢିଥାଏ। ରୁଦ୍ରାକ୍ଷ ମାଳା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ସୁଖ-ଶାନ୍ତି, ଉନ୍ନତ ସ୍ୱାସ୍ଥ୍ୟ ଏବଂ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ ହୋଇଥାଏ।  ରୁଦ୍ରାକ୍ଷ ମାଳା ସହିତ ଶ୍ରୀ ଗାୟତ୍ରୀ, ଶ୍ରୀ ଦୁର୍ଗା, ଭଗବାନ ଶିବ, ଶ୍ରୀ ଗଣେଶ, ଶ୍ରୀ କାର୍ତ୍ତିକେୟ ଏବଂ ମାତା ପାର୍ବତୀଙ୍କ ଜପ କରିବା ଉଚିତ୍।

ତୁଳସୀ ମାଳା :

ତୁଳସୀ ମାଳା  ଶ୍ରୀକୃଷ୍ଣ ଏବଂ ରାମଙ୍କୁ ଜପ କରିବା ପାଇଁ ସର୍ବୋତ୍ତମ। ଏହି ମାଳାରେ ଜପ କରିବା ଦ୍ୱାରା ସାଧକକୁ ଅନେକ ଯଜ୍ଞ କରିବାର ପୂଣ୍ୟ ପ୍ରାପ୍ତ ହୋଇଥାଏ। ଏହି ମାଳା ପିନ୍ଧିଥିବା ବ୍ୟକ୍ତି ସାତ୍ୱିକ୍‌ ନିୟମ ପାଳନ କରିବା ଆବଶ୍ୟକ।