ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କଳାହାଣ୍ଡିରେ କମୁନି ଦାଦନ ଦୁଃଖ, ଶବ ହୋଇ ଘରକୁ ଫେରିଲେ ଶ୍ରମିକ

Published By : Harapriya Sethi | October 19, 2024 10:51 AM

କଳାହାଣ୍ଡି,୧୯/୧୦: କଳାହାଣ୍ଡିରେ ପୁଣି ଦାଦନ ଯନ୍ତ୍ରଣା । ଘର ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁଁ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ l ହେଲେ ସେଠାରେ ଦେହ ଅସୁସ୍ଥ ହେବା ଯୋଗୁଁ ଚାଲିଗଲା ଜୀବନ । ମୃତକ ନର୍ଲା ବ୍ଲକ୍ ଅନ୍ତର୍ଗତ ନିଶାନପୁର  ଗାଁ ର ଥବିର ଗଉଡ (୨୩) ବୋଲି ଜଣାପଡ଼ିଥିବା ବେଳେ ସେ ଗୁଜରାଟର ରାଜକୋଟକୁ ଦାଦନ ଖଟିବା ପାଇଁ ଯାଇଥିଲେ ।

ସୂଚନା ମୁତାବକ, ନିଶାନପୁର ଗାଁର ଥବିର ଗଉଡ ନାମକ ଯୁବକ ଗାଁରେ କାମ ଧନ୍ଦା ଅଭାବରୁ କିଛି ମାସ ତଳେ ବାହାର ରାଜ୍ୟ ଗୁଜରାଟର ରାଜକୋଟକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣରୁ ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କ ସାଙ୍ଗରେ ରହୁଥିବା ଯୁବକ ମାନେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଶୁକ୍ରବାର ରାତିରେ ତାଙ୍କର ମୃତଦେହ ନିଜ ଜନ୍ମ ମାଟି ନିଶାନପୁର ଗାଁକୁ ଫେରିଥିଲା । 

ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ପ୍ରତି ସପ୍ତାହରେ ଜଣେ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଫେରିବା ନିତି ଦିନିଆ ଘଟଣା ହୋଇ ଗଲାଣି  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.