ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏହି ଦେଶରେ ମାସ ମାସ ପର୍ଯ୍ୟନ୍ତ ହୁଏନି ରାତି, ୨୪ ଘଣ୍ଟା ଦେଖିବାକୁ ମିଳେ ସୂର୍ଯ୍ୟଙ୍କ କିରଣ

Published By : Harapriya Biswal | January 18, 2025 7:41 PM

ନୂଆଦିଲ୍ଲୀ,୧୮।୧: ବିଶ୍ବର ସବୁ ସ୍ଥାନ ସମାନ ନଥାଏ। କେଉଁଠି ଦିନ ଥାଏ ତ ଆଉ କେଉଁଠି ରାତି ଥାଏ। ତେବେ ବିଶ୍ବର ଏଭଳି କିଛି ଦେଶ ରହିଛି ଯେଉଁଠି ମାସ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଥରେ ଯଦି ଅସ୍ତହୁଏ ତେବେ ବହୁ ଦିନ ପର୍ଯ୍ୟନ୍ତ ରାତି ହୋଇ ରହିଥାଏ। ଆଉ ଏଭଳି ମଧ୍ୟ ଦେଶ ଅଛି ଯେଉଁଠି ସହଜରେ ରାତି ହୁଏନି। ତେବେ ଆସନ୍ତୁ ଜାଣିବା ସେ ସବୁ ଦେଶ ବିଷୟରେ….

ନରଓ୍ବେ : ନରଓ୍ବେ ଏଭଳି ଏକ ଦେଶ, ଯାହାକୁ ଲ୍ୟାଣ୍ଡ ଅଫ୍ ମିଡ୍‌ ନାଇଟ୍ କୁହାଯାଏ। ଏହି ଦେଶ ୧୦ ଏପ୍ରିଲରୁ ନେଇ ୨୩ ଅଗଷ୍ଟ ପର୍ଯ୍ୟନ୍ତ ୨୩ ଘଣ୍ଟାରୁ ଅଧିକ ସମୟ ଦିନ ରହିଥାଏ। ଅଢେଇ ମାସ ପର୍ଯ୍ୟନ୍ତ ଏଠାରେ କେବଳ ୪୦ ମିନିଟ୍  ପାଇଁ ରାତି ହୁଏ। ତେଣୁ ଏହାକୁ ଲ୍ୟାଣ୍ଡ ଅଫ୍ ମିଡ୍‌ନାଇଟ୍ ଏଭଳି ସ୍ଥାନ ରହିଛି ଯେଉଁଠି ୧୦୦ ବର୍ଷରୁ ଅଧିକ ସମୟ ଯାଏଁ ସୂର୍ଯ୍ୟ କିରଣ ପହଁଞ୍ଚି ପାରେନି।

ଆଇସଲାଣ୍ଡ: ୟୁରୋପର ଦ୍ବିତୀୟ ସବୁଠାରୁ ବଡ଼ ଆଇଲାଣ୍ଡ ଆଇସଲାଣ୍ଡ ଦେଶ। ସେଠାରେ ଜୁନ୍‌ ମାସରେ ୨୪ ଘଣ୍ଟା ସୂର୍ଯ୍ୟ ବୁଡନ୍ତି ନାହିଁ। ଅର୍ଥାତ ଏକ ମାସ ପର୍ଯ୍ୟନ୍ତ ରାତି ହୋଇନଥାଏ।

ସ୍ବିଡେନ: ସ୍ବିଡେନ୍ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ଖୁବ୍ ପ୍ରସିଦ୍ଧ। ଏଠାରେ ଜୋରଦାର ବରଫ ପଡିଥା ଓ ଥଣ୍ଡା ଦେଖିବାକୁ ମିଳେ। ମଇ ମାସ ଆରମ୍ଭରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାତି ହୋଇନଥାଏ।

କାନାଡା: ଋଷ ପରେ କାନାଡା ହେଉଛି ବିଶ୍ବର ସବୁଠାରୁ ବଡ ଦେଶ। ଏହି ଦେଶରେ ବହୁ ସଂଖ୍ୟାରେ ଭାରତୀୟ ରୁହନ୍ତି। ସେଠାରେ ନୁନାଭୁତ ସହରରେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ। ବହୁ ସଂଖ୍ୟାରେ ଲୋକ ବୁଲିବାକୁ ପହଁଞ୍ଚିଥାନ୍ତି।

ଆଲାସ୍କା: ସୁନ୍ଦର ଗ୍ଲାସିୟରର ଦେଶ ଭାବରେ ଆଲାସ୍କାକୁ ଜଣାଯାଏ। ସେଠାରେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ମଇ ଶେଷରୁ ନେଇ ଜୁଲାଇ ଶେଷ ପର୍ଯ୍ୟନ୍ତ ୨୪ ଘଣ୍ଟା ସୂର୍ଯ୍ୟ କିରଣ ଦେଖିବାକୁ ମିଳିଥାଏ।

ଫିନଲାଣ୍ଡ: ଫିନଲାଣ୍ଡ ମଧ୍ୟ ଏଭଳି ଏକ ଦେଶ ଯେଉଁଠି ୭୩ ଦିନ ପର୍ଯ୍ୟନ୍ତ ରାତି ହୁଏନି। ଏହାଛଡା ବହୁ ସ୍ଥାନରେ ୫୧ ଦିନ ପର୍ଯ୍ୟନ୍ତ ଲଗାତାର ରାତି ରହିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.