ନୂଆଦିଲ୍ଲୀ: ଇରାନରେ ସରକାର ବିରୋଧି ନାରା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରତିବାଦକାରୀ ମାନେ ରାସ୍ତାରେ ବିକ୍ଷୋଭ କରୁଛନ୍ତି, ଆଉ ଏମାନଙ୍କ ସାଧାରଣ ସ୍ଲୋଗାନ ହେଉଛି, ଯେକୌଣସି ଉପାୟରେ ଶାସନକୁ ଉତ୍ପାଟନ କର…ସବୁଠି ପୋଡାଜଳା ଆଉ ହିଂସାର ପରିବେଶ। ଏହାକୁ ଦେଖି ଦେଶରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଛି । ଆଉ ଏଭଳି ସମୟରେ ସାଧାରଣରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ଯଦି ଖାମେନି କ୍ଷମତା ହରାଇବେ, ତେବେ କେଉଁ ଦେଶରେ ଆଶ୍ରୟ ନେବେ ? କିମ୍ବା କେଉଁ ଦେଶ ତାଙ୍କୁ ଆତିଥ୍ୟ ଦେବାକୁ ଇଚ୍ଛୁକ ହେବ ? ସେ ବିଷୟରେ ଏବେ ସାମାଜିକ ଗଣମାଧ୍ୟମରେ କିଛି ଦାବି ଘୂରି ବୁଲୁଛି। ଏହି ଦାବି ଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଛି, ଏବଂ ସୋସିଆଲ ମିଡିଆ ଏହି ପ୍ରସଙ୍ଗରେ ବିଭାଜିତ ହୋଇଛି।

ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି…

ଯଦି ବର୍ତମାନ ସମୟରେ କୌଣସି ଦେଶ ବିଷୟରେ ସବୁଠାରୁ ଅଧିକ ଆଲୋଚନା ହେଉଛି, ତେବେ ତାହା ହେଉଛି ଇରାନ…ଯେଉଁ ଠାରେ ଲୋକମାନେ ଦଶନ୍ଧି ଧରି ଶାସନ କରିଥିବା ଅଲି ଖାମେନିଙ୍କ ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ଖାମେନି ମଧ୍ୟ ଇରାନର ରାଜଧାନୀ ତେହେରାନରୁ ପଳାଇ ଯାଇପାରନ୍ତି । କିନ୍ତୁ ଯଦି ଖାମେନି ଏପରି କରନ୍ତି, ତେବେ ତାଙ୍କର ପରବର୍ତ୍ତୀ ବିକଳ୍ପ କଣ ହେବ ? ସେ କେଉଁ ଦେଶରେ ଆଶ୍ରୟ ନେବେ ? ସେ ବିଷୟରେ ସୋସିଆଲ ମିଡିଆରେ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି।

କ’ଣ କହୁଛି ସୋସିଆଲ ମିଡିଆ ?

କିଛି ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ, ଅଧିକାଂଶ ଦେଶ ସହ ଇରାନର ସମ୍ପର୍କ ଖରାପ ହୋଇଛି, କିନ୍ତୁ ଖାମେନିଙ୍କ ପାଖରେ ଏବେ ବି ଏକ ବିକଳ୍ପ ଅଛି, ତାହା ହେଉଛି ମସ୍କୋ। ଏହା ବ୍ୟତୀତ, କେତେକ ଇରାନ-ରୁଷ ସମ୍ପର୍କକୁ ଉଦ୍ଧୃତ କରି ମତ ଦେଇଛନ୍ତି ଯେ ଖାମେନି ପରିବାର ସଦସ୍ୟଙ୍କ ସହିତ ରୁଷରେ ଆଶ୍ରୟ ନେଇପାରନ୍ତି। ଏପରିକି ଏପରି ଅନୁମାନ ମଧ୍ୟ କରାଯାଉଛି ଯେ, ଖାମେନି ଇରାନ ଛାଡି ରୁଷ ଚାଲିଯାଇଛନ୍ତି। ବ୍ରିଟିଶ ଗଣମାଧ୍ୟମ ଦି ଟାଇମ୍ସ ଏକ ଗୁଇନ୍ଦା ସୂତ୍ରରୁ ଏହି ସୂଚନା ପ୍ରକାଶ କରିଛି।

ଖାମେନି ବର୍ତ୍ତମାନ ଇରାନରେ କଡ଼ା ସୁରକ୍ଷା ମଧ୍ୟରେ ଅଛନ୍ତି….

ସୂଚନାଥାଉକି, ଅଲି ଖାମେନି ଇରାନର ସର୍ବୋଚ୍ଚ ନେତା। ଏହା ବ୍ୟତୀତ, ସେ ଇରାନର ଧାର୍ମିକ ନେତା ମଧ୍ୟ । ତେଣୁ, ଯଦି ସେ ଦେଶ ଛାଡି ପଳାଇ ଯାଆନ୍ତି, ତେବେ ଏହା କହିବା କଷ୍ଟକର ଯେ, ତାଙ୍କୁ ଇରାନରେ ମିଳୁଥିବା ସୁରକ୍ଷା ଅନ୍ୟ କୌଣସି ଦେଶରେ ମିଳିବ କି ନାହିଁ। ଖାମେନି ବର୍ତ୍ତମାନ ପୋଲିସ ଏବଂ ଇରାନ ରେଭଲ୍ୟୁସନାରୀ ଗାର୍ଡକୁ ନେଇ ଏକ ଦୃଢ଼ ଏବଂ କଡ଼ା ସୁରକ୍ଷା ସ୍ତର ରହିଛି। ଏହି ସ୍ତରର ସୁରକ୍ଷା ପାଇଁ ଖାମେନିଙ୍କୁ ଏହି ସଙ୍କଟପୂର୍ଣ୍ଣ ସମୟରେ ଆଶ୍ରୟ ପାଇଁ ଏକ ଦେଶ ବାଛିବା ବିଷୟରେ ସତର୍କତାର ସହିତ ବିଚାର କରିବାକୁ ପଡିବ। 

ଏହା ସହ ପଢନ୍ତୁ : ଜମ୍ମୁର କଠୁଆରେ ଆତଙ୍କବାଦୀ-ସୁରକ୍ଷା ବାହିନୀ ମୁହାଁମୁହିଁ, ଜୈଶ-ଏ-ମହମ୍ମଦର ଆତଙ୍କୀ ଆଡ୍ଡା ଠାବ…​​​​​​​