ନୂଆଦିଲ୍ଲୀ,୦୨/୦୧:ଭାରତୀୟ ରିଜର୍ଭ ବ୍ୟାଙ୍କ ଅଚଳ ଆକାଉଣ୍ଟ ଗୁଡ଼ିକ ଲାଗି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ମୋଟ ୩ଟି ବର୍ଗରେ ଏହି ଆକାଉଣ୍ଟଗୁଡିକୁ ବନ୍ଦ କରାଯିବ । ଆର୍‌ବିଆଇର  ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ୨ ବର୍ଷ କିମ୍ବା ଏହାଠାରୁ ଊଦ୍ଧ୍ୱର୍ ସମୟର ଅଚଳ ଡିମାଟ୍‌ ଆକାଉଣ୍ଟ  ବନ୍ଦ ହେବ । ସେହିଭଳି ଗତ ୧୨ ମାସ କିମ୍ବା  ଏହାଠାରୁ ଊଦ୍ଧ୍ୱର୍ ସମୟ ହେବ ନିଷ୍କ୍ରିୟ ଥିବା  ଆକାଉଣ୍ଟଗୁଡିକୁ ମଧ୍ୟ ବନ୍ଦ କରାଯିବ । ଏହାବାଦ  ଦୀର୍ଘ ସମୟ ଯାଏ ଜିରୋ ବାଲାନ୍ସ ଆକାଉଣ୍ଟଗୁଡିକୁ  ମଧ୍ୟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।