ଭୁବନେଶ୍ବର,୧୬।୪ : ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତି ମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ବୁଧବାର ଆଭାସୀ ମାଧ୍ୟମରେ  ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣି  ଉଦଘାଟନ କରିଛନ୍ତି । ଏହି ଅବସରରେ  ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ ଥର  ପାଇଁ ସିଙ୍ଗାରେନି କୋଲିୟାରିଜ  କମ୍ପାନୀ ଲିମିଟେଡ୍‌ (ଏସସିସିଏଲ) ଅନ୍ୟ ଏକ ରାଜ୍ୟରେ ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାତେ ନୟନୀ ଖଣି କାର୍ଯ୍ୟକ୍ଷମ ହେବା ପରେ  ଏସସିସିଏଲ ବିଶ୍ୱସ୍ତରୀୟ ବିସ୍ତାର ପାଇଁ ଏକ  ନୂତନ ଯୁଗ ଆରମ୍ଭ ହୋଇଛି। ଏହା ସିଙ୍ଗାରେନି ଏବଂ ତେଲଙ୍ଗାନା ପାଇଁ ଖୁସିର  ବିଷୟ।

ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ  କେନ୍ଦ୍ର  କୋଇଲା ମନ୍ତ୍ରୀ ଜି. କିଶନ  ରେଡ୍ଡୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚେଣ ମାଝୀ, ଛେଣ୍ଡିପଦା ବିଧାୟକ  ଅଗସ୍ତି ବେହେରା ଏବଂ ଅନ୍ୟ ଜନପ୍ରତିନିଧିମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ତେଲଙ୍ଗାନା ସରକାରଙ୍କ ଏକ  ଉଦ୍ୟୋଗ ଭାବେ  ସିଙ୍ଗାରେନି ସଂସ୍ଥା କେବଳ ବାଣିଜ୍ୟିକ ନୁହେଁ ବରଂ ସାମାଜିକ  ଉତ୍ତରଦାୟିତ୍ୱ ସହ କାମ କରିବ। କମ୍ପାନୀ ଦ୍ବାରା  ବିଭିନ୍ନ କଲ୍ୟାଣମୂଳକ  ପଦକ୍ଷେପ ହାତକୁ ନିଆଯିବ।ଅନୁଗୁଳ ଅଞ୍ଚଳତେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ସେ ନୟନୀ ନିକଟରେ ଗୋଟିଏ ୧୬୦୦ ମେଗାୱାଟ୍‌ ତାପଜ ବିଦ୍ୟୁତ କେନ୍ଦ୍ର  ପ୍ରତିଷ୍ଠ ପାଇଁ ଯୋଜନା  ବିଷୟରେ ଘୋଷଣା କରିଥିଲେ। 

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ନୟନୀ କୋଇଲା ଖଣି ଠାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ  ଅତିଥି ଭାବେ ଯୋଗ ଦେଇଥିଲେ।  ଏହି ଅବସରରେ ତେଲଙ୍ଗାନା ସରକାର ଏବଂ ସିଙ୍ଗାରେନି କମ୍ପାନୀର ବରିଷ୍ଠ ଅଧିକାରୀମାନେ  ଉପସ୍ଥିତ ଥିଲେ।