ଦିଗପହଣ୍ଡି,୦୭/୦୬:  ଟ୍ରେନରୁ ଖସି ଯୁବକ ମୃତ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ ଘଟିଛି ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚାଞ୍ଚଡାପଲ୍ଲୀ ଗାଁର  ସାଗର ଜେନା ନାମକ ଯୁବକଙ୍କ ଟ୍ରେନରୁ ଖସି ମୃତ୍ୟୁ ହୋଇଛି।  ତାମିଲନାଡୁରେ ଦାଦନ ଶ୍ରମିକ ଭାବେ  କାମ କରିବାକୁ ଯାଉଥିଲେ  ସାଗର ।  ଏନେଇ ସେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ରେଳରେ ବସିବାକୁ ଯିବା ବେଳେ ଟ୍ରେନରୁ ଗୋଡ଼ ଖସି ତଳେ ପଡିଯାଇଥିଲେ। କିଛି ଯାତ୍ରୀ  ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁରେ ସାଗରଙ୍କ ମରଶରୀର ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢନ୍ତୁ- Vigilance raid : କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ, ଲକରରୁ ମିଳିଲା ୨ କୋଟି ଟଙ୍କା ସହ ସୁନାର ଠାକୁର​​​​​​​