ନରସିଂହପୁର,୦୩/୦୭: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାଞ୍ଜିଆପଦା ଗାଁରେ ଅଘଟଣ । ବୁଧବାର ବିଦ୍ୟୁତ ଆଘାତରେ ନିରଞ୍ଜନ ରାଉଳ (୧୮ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ନିରଞ୍ଜନଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ମୁତାବକ, ବୁଧବାର ନିରଞ୍ଜନ ରାଉଳଙ୍କୁ ଫ୍ୟାନ୍ରୁ କରେଣ୍ଟ ଲାଗିଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କାନପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିରଞ୍ଜନଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।