ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ସହରରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି ଘଟଣା; ନାବାଳକ ସମେତ ୭ ଜଣ ଧରାପଡିଲେ

Published By : Bijay Swain | May 17, 2025 10:21 PM

ବଲାଙ୍ଗିର: ଗତ ୭ତାରିଖ ସହର ବିଚରାସ୍ତାରେ ଖଣ୍ଡାବୁଲାଇ ଯୁବକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୭ ଜଣ ଧରାପଡିଛନ୍ତି। ୭ ଜଣଙ୍କ ମଧ୍ୟରେ ୪ ଜଣ ନାବାଳକ ମଧ୍ୟ ରହିଛନ୍ତି। ଗିରଫ ଯୁବକ ୩ ଜଣ ମଧ୍ୟରେ ହାଟପଦା ପଡାର ବିଶାଲ ପସାୟତ, ଗନ୍ଧରେଲର ସୋନୁ ଓରଫ ତୁଷାର ବାରିକ ଓ ରାଜା ଓରଫ ସହିଦ ପାତ୍ର ବୋଲି ଜଣାପଡିଛି। 

ସୂଚନା ମୁତାବକ, ଗତ ୩ ମାସ ଆଗରୁ ବିଶାଲ ପସାୟତ ଜଣେ ଝିଅକୁ କମେଣ୍ଟ ମାରିଥିଲା। ଆକ୍ରମଣର ଶିକାର ହୋଇଥିବା ଦିଲୀପ ପଟ୍ଟନାୟକ ଓରଫ ସୋନୁ ସେହି ଝିଅର ସମ୍ପର୍କୀୟ ଭାଇ ହେବେ। ତେବେ ଭଉଣୀକୁ କାହିଁକି କମେଣ୍ଟ କଲୁ ବୋଲି କହି ହାଟପଦା ପଡ଼ାରେ ହିଁ ବିଚ ରାସ୍ତାରେ ଲୋକଙ୍କ ଆଗରେ ଚାପୁଡ଼ା ମାରିବା ସହ ବିଶାଲଙ୍କ ସହ ମାରପିଟ କରିଥିଲେ। ଏନେଇ ବିଶାଲ ଲୋକଙ୍କ ଆଗରେ ଆତ୍ମସମ୍ମାନ ହରାଇଥିବା ନେଇ ମନରେ ଆକ୍ରୋଶ ରଖିଥିଲା। 

ଏହାପରେ ଗତ ୭ ତାରିଖରେ ଦିଲୀପ ପଟ୍ଟନାୟକଙ୍କୁ ରାସ୍ତାରୁ ହଠାଇବା ପାଇଁ ବିଶାଲ ତା ସାଙ୍ଗ ସୋନୁକୁ କହିଥିଲା। ସୋନୁ, ରାଜା ସହ ଅନ୍ୟ ୪ ଜଣ ନାବାଳକ ଏକତ୍ର ହୋଇ ଏହାର ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ। କେଉଁ ସମୟରେ ଦିଲୀପ ପଟ୍ଟନାୟକ କେଉଁ ସ୍ଥାନକୁ ଯାଉଛି କେଉଁଠି ରହୁଛି ସେସବୁକୁ ଅଭିଯୁକ୍ତ ମାନେ ନଜର ରଖିଥିଲେ। ସୋନୁ ମହାଦେବ ମନ୍ଦିର ଛକକୁ ଆସିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ବିଶାଲ ଓ ତାଙ୍କ ସାଙ୍ଗ ତାଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଏହି ସମୟରେ ଦିଲୀପକୁ ଖଣ୍ଡାରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦିଲୀପ ପ୍ରାଣ ବଞ୍ଚାଇବା ପାଇଁ ସହରର ମୁଖ୍ୟ ମାର୍କେଟ ଜଗନ୍ନାଥ ପଡା ପର୍ଯ୍ୟନ୍ତ ଦଉଡିଥିଲେ। ଏହାପରେ ମଧ୍ୟ ଅଭିଯୁକ୍ତମାନେ ତାଙ୍କ ପିଛା ଛାଡି ନଥିଲେ। ପରେ ଦିଲୀପ ଜୀବନ ବିକଳରେ ଏକ ସୁନାଗହଣା ଦୋକାନ ଭିତରକୁ ଯାଇ ଭିତରପଟୁ କବାଟ ଦେଇଦେଇଥିଲେ। ଏହାକୁ ନେଇ ନିକଟରେ ଥିବା ଗାଡି ସହ ଦୋକାନ କବାଟକୁ ହାଣୀ ଫେରାର ମାରିଥିଲେ ଅଭିଯୁକ୍ତମାନେ। 

ତେବେ ଘଟଣାର ୧୦ ଦିନ ପରେ ସମସ୍ତ ୭ ଜଣଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। ସମସ୍ତ ଅଭିଯୁକ୍ତଙ୍କ ଠାରୁ ୪ଟି ଖଣ୍ଡା ଯାହା ଆକ୍ରମଣରେ ବ୍ୟବହାର ହୋଇଥିଲା ତାହା ମଧ୍ୟ ଜବତ କରାଯାଇଛି। ଏହାସହ ଦୁଇଟି ବାଇକ ଓ ଅଭିଯୁକ୍ତଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.